
ଧର୍ମଗଡ଼ (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ବିଭିନ୍ନ ସ୍ଥାନରେ ୭୬ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ “ମା’ ପାଇଁ ଗଛଟିଏ” ଉଦ୍ଦେଶ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଗୋଲାମୁଣ୍ଡା ଥାନା, ପ୍ରାଣୀ ଚିକିତ୍ସାଳୟ ଓ ନୋଡାଲ ହାଇସ୍କୁଲ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ନୋଡାଲ ହାଇସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ନୀଳାମ୍ବର ବିଶିଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ବିଇଓ ରାଜେଶ ନାୟକ, ବନପାଲ ରମେଶ ବାଗ, ବରିଷ୍ଠ ସାମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ, ରାଜେଶ ବିଶି, ବନ ବିଭାଗ କର୍ମଚାରୀ, ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ବୃକ୍ଷରୋପଣ କରାଯାଇଛି। ସେହିପରି ଗୋଲାମୁଣ୍ଡା ଥାନା ପରିସରରେ ଆଇଆଇସି ଜ୍ୟୋତି ପ୍ରକାଶ ତାଣ୍ଡି, ଏସଆଇ ରାଜେଶ କୁମାର ପରିଡା, ସାମାଜସେବୀ ପ୍ରସନ୍ନ କୁମାର ରାଉତ, ବନପାଲ ରମେଶ ବାଗ ଓ ଶ୍ୟାମସୁନ୍ଦର ଅଗ୍ରୱାଲ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ। ପ୍ରାଣୀ ଚିକିତ୍ସାଳୟ ପରିସରରେ ବ୍ଲକ ଭେଟେରିନାରୀ ଅଫିସର ଡକ୍ଟର ଜିତେନ୍ଦ୍ର ନାରାୟଣ ମହାରଣା, ଭିଏଏସ ଡକ୍ଟର ନେତ୍ର ପ୍ରକାଶ ଭାରତୀ, ମାନସ ରଞ୍ଜନ ତାଣ୍ଡି, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ବୃଷଭ ନାୟକ ଓ ଶ୍ୟାମସୁନ୍ଦର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ ସହ ଜଳବାୟୁ ପରିବର୍ତ୍ତନ, ମୃତ୍ତିକା ସଂରକ୍ଷଣ, ପ୍ରାକୃତିକ ଦୁର୍ବିପାକ ନିବାରଣ ଏବଂ ସୁସ୍ଥ ଓ ସ୍ୱଚ୍ଛ ପରିବେଶ ରକ୍ଷାରେ ବୃକ୍ଷର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ