ଧର୍ମଗଡ(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଧର୍ମଗଡ଼ ଥାନା ଅନ୍ତର୍ଗତ ବୋଡେ଼ନରୁ ଦାବ୍ରିପଦର ରାସ୍ତା ମଝିରେ ସୋମବାର ମଧ୍ୟାହ୍ନ ୨ ଘଣ୍ଟା ସମୟରେ ବିପରୀତ ଦିଗରୁ ଆସୁଥିବା ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଜଣକ ତରାପୁର ଗ୍ରାମର ପୁଳସ୍ତ ଚଣ୍ଡି ବୋଳି ସୂଚନା ମିଳିଛି। ସୂଚନାରୁ ପ୍ରକାଶ ଯେ ଓଡି ୦୮ ୱାଇ ୪୪୬୦ ନମ୍ବର ଏଚଏଫ ଡିଳକ୍ସ ବାଇକ ଯୋଗେ ତରାପୁର ଗ୍ରାମର ପୁଲସ୍ତ ଚଣ୍ଡୀ ଓ କେଦାର ବାଗ ଧର୍ମଗଡରୁ ନିଜ ଗାଁକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଓଡି ୧୭ ଏବି ୬୪୧୯ ନମ୍ବର ପଲସର ବାଇକ ଯୋଗେ ଧର୍ମଗଡ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ରମାନନ୍ଦ ଭୋଇ କାର୍ଯ୍ୟ ସାରି ଧର୍ମଗଡ ଆସୁଥିବା ବେଳେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ସ୍ଥଳରୁ ୨ ଜଣ ଗୁରୁତରଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆମ୍ବୁଲାନ୍ସ ଯୋଗେ ପୁଳସ୍ତ ଚଣ୍ଡିକୁ ଧର୍ମଗଡ ହସ୍ପିଟାଲ ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଗୁରୁତର ଅବସ୍ତାରେ କେଦାର ବାଗ ଓ କନିଷ୍ଠ ଯନ୍ତ୍ରୀ ରମାନନ୍ଦ ଭୋଇ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । କୋୖଣସି ସୂତ୍ରରୁ ଖବର ପାଇଁ ଧର୍ମଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଦେଖିବାକୁ ମିଳିଛି ।
