ଖଣ୍ଡପଡ଼ା (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ବ୍ଲକ ଅଧୀନ କୁମ୍ଭାରପଡାସ୍ଥିତ କୁମ୍ଭାରପଡା ଉଚ୍ଚ ବିଦ୍ୟାଳୟରେ ୭୬ତମ ବନ ମହୋତ୍ସବ ସୋମବାର ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସସ୍ମିତା ଦଳେଇଙ୍କ ପ୍ରତ୍ଯେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଚିନ୍ମୟ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଗହଣରେ ଅନୁଷ୍ଠାନ ପରିସରରେ ବିଭିନ୍ନ କିସମର ଚାରା ରୋପଣ କରିଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଣ୍ଡା ବନ ମହୋତ୍ସବ ପାଳନର ମହତ୍ୱ ସମ୍ପର୍କରେ ଛାତ୍ରୀ ଛାତ୍ର ମାନଙ୍କୁ ବୁଝାଇଥିଲେ।ଅନୁଷ୍ଠାନର ସମସ୍ତ ଶିକ୍ଷୟତ୍ରୀଶିକ୍ଷକ ଓ ଛାତ୍ରୀଛାତ୍ର ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ କୌଣସି ବନକର୍ମଚାରୀ ଉପସ୍ଥିତ ନଥିବାରୁ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
