
ଧର୍ମଗଡ଼:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଗୋଲାମୁଣ୍ଡାସ୍ଥିତ ଗୁଣ୍ଡିଚା ମନ୍ଦିର ପରିସରରେ ରାଜକିଶୋର ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ଉତ୍ସବରେ ଗଗନବିହାରୀ ମୁଣ୍ଡଙ୍କ ଦ୍ୱାରା ରଚିତ *‘ଭାଗବତ ସୂକ୍ତି କୋମୁଦୀ’* ପୁସ୍ତକର ଲୋକାର୍ପଣ କରାଯାଇଛି। ଏହି ପୁସ୍ତକରେ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତର କେତେକ ସ୍କନ୍ଧରୁ ଉପାଦେୟ ନୀତିକଥା ସଂଗ୍ରହ କରି ସୁନ୍ଦର ରୂପେ ପ୍ରସ୍ତୁତ କରାଯାଇଛି। ଲୋକାର୍ପଣ ଉତ୍ସବରେ ଅତିଥି ଭାବେ କୁଷ୍ଠଚନ୍ଦ୍ର ମୁଣ୍ଡ, ଅଶୋକ ବିଶୀ, ଚତୁର୍ଭୁଜ ନାୟକ, ସୁବୋଧ ପାତ୍ର, ଚନ୍ଦ୍ରକାନ୍ତି ଖମାରୀ, ଗଙ୍ଗାବିଷ୍ଣୁ ମୁଣ୍ଡ, ସୁରେନ୍ଦ୍ର ମୁଣ୍ଡ, ଶବ୍ୟାରାଣୀ ଖମାରୀ, ପୁରୁଷୋତ୍ତମ ପଟେଲ ପ୍ରମୁଖ ଯୋଗଦେଇଥିଲେ। ପୁସ୍ତକଟିର ସମ୍ପାଦନା ବିରଞ୍ଚିନାରାୟଣ ମୁଣ୍ଡଙ୍କ ଦ୍ୱାରା କରାଯାଇଛି। ଏହି ଅବସରରେ ରାଜେଶ ଅଗ୍ରୱାଲ, ନବ ସାହୁ, ଧୀରେନ୍ଦ୍ର ନାୟକ, ଶ୍ୟାମସୁନ୍ଦର ଅଗ୍ରୱାଲ ପ୍ରମୁଖ ସାହିତ୍ୟାନୁରାଗୀ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ