
ଖଣ୍ଡପଡ଼ା (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ସହରର ବଜାର ସାହିସ୍ଥିତ ଏକ ଗ୍ୟାରେଜ ଓ ଅଟୋପାର୍ଟସ ଦୋକାନରେ ସୋମବାର ରାତି ୧୧ ଟା ରେ ବିଦ୍ୟୁତ ସଟ ସର୍କିଟରୁ ଆକସ୍ମିକ ଅଗ୍ନିକାଣ୍ଡ ଘଟି ସୋମନାଥ ବେହେରାଙ୍କର ମୂଲ୍ୟବାନ ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଥିବା ଜଣାପଡ଼ିଛି। ଖବରପାଇ ଖଣ୍ଡପଡ଼ା ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ସୋମନାଥ ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି। ଅଗ୍ନିକାଣ୍ଡରେ କଂପ୍ରେସର ମେସିନ, ମୋବିଲ,ବାଇକ ଟାୟର ସମେତ ସବୁକିଛି ପୋଡି ଯାଇଛି । ଅଗ୍ନିକାଣ୍ଡ ଜନିତ କ୍ଷୟକ୍ଷତିର ପରିମାଣ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ