
ଖଣ୍ଡପଡ଼ା (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡା ସହରର ପ୍ରାଚୀନ ଶୈବପୀଠ ବନ୍ଧ ବିମଳେଶ୍ଵରଙ୍କ ପୀଠରେ ବୁଧବାର ବନମହୋତ୍ସବ ପାଳିତ ହୋଇଯାଇଛି। ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂ, ଶିକ୍ଷାବିତ ପ୍ରଦୀପ୍ତ କୁମାର ମିଶ୍ର, ଅବସରପ୍ରାପ୍ତ କଳାଶିକ୍ଷକ ଲଡୁକିଶୋର ସିଂହସାମନ୍ତ ,ପଞ୍ଚାନନ ମିଶ୍ର, ନିରଞ୍ଜନ ସ୍ବାଇଁ, ପୂର୍ବତନ କାଉନସିଲର ଚନ୍ଦ୍ରଶେଖର ପାଣି, ଡାକ୍ତର ପ୍ରଦୀପ କୁମାର ପାଇକରାୟ ପ୍ରମୁଖ ଉପସ୍ଥିତ ରହି ମନ୍ଦିରର ଚତୁଃପାର୍ଶ୍ଵରେ ବିଭିନ୍ନ କିସମର ଚାରା ରୋପଣ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଗ୍ରହଙ୍କ ନିକଟରେ ପୂଜାର୍ଚ୍ଚନା ସହ ବୃକ୍ଷ ଦେବତାଙ୍କୁ ପୂଜା କରାଯାଇଥିଲା। ମନ୍ଦିର ପରିଚାଳନା କମିଟିର ସଦସ୍ଯ ଜୟୀରାମ ଦାସ, ସଂଗଠକ ମହେନ୍ଦ୍ର କୁମାର ବାରିକଙ୍କ ସମେତ ଖଣ୍ଡପଡ଼ା ବନପାଳ ବନମାଳୀ ରାଉତ ଓ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ