
ଖଣ୍ଡପଡ଼ା(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ବ୍ଲକ୍ ଅଧୀନ କୁମ୍ଭାରପଡା ରାମଚନ୍ଦ୍ର ଉଚ୍ଚ ପ୍ରାଥମିକ ମଧ୍ୟ ଇଂରାଜୀ ବିଦ୍ୟାଳୟର ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ଶୁକ୍ରବାର ଶିକ୍ଷାନୁଷ୍ଠାନର ପରିଚାଳନା କମିଟି ଗଠନ କରାଯାଇଛି । ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ରତ୍ନାକର କହଁରଙ୍କ ପୌରୋହିତ୍ୟରେ ଆୟୋଜିତ ପରିଚାଳନା କମିଟି ବୈଠକରେ ଅନୁଷ୍ଠାନର ଛାତ୍ରୀଛାତ୍ରଙ୍କ ଅଭିଭାବକମାନେ ଉପସ୍ଥିତ ରହି କମିଟି ଗଠନରେ ସହଯୋଗ କରିଥିଲେ । ନବନିର୍ବାଚିତ ପରିଚାଳନା କମିଟିର ସଦସ୍ୟା ସଦସ୍ୟ ଭାବେ ଗୀତାଞ୍ଜଳି ବେହେରା, ବନ୍ଦିତା ବେହେରା, ମାମା ବେହେରା, ଚିତ୍ତରଞ୍ଜନ ସେଠୀ, ପ୍ରସନ୍ନ କୁମାର ଜେନା, ସୁଶାନ୍ତ ପ୍ରଧାନ ୱାର୍ଡ ସଭ୍ୟ କ୍ଷମାନିଧି ନାହାକ, ଅଙ୍ଗନୱାର୍ଡି କର୍ମୀ ସୁଫଳା ପାଣି , ଆଶାକର୍ମୀ ଛବି ପ୍ରଧାନ , ଛାତ୍ରୀଛାତ୍ର ପ୍ରତିନିଧି ଶିବାନୀ ବାରିକ ଓ ଶୁଭସ୍ମିତା ବେହେରା ନିର୍ବାଚିତ ହୋଇଥିବା ବେଳେ ଶିକ୍ଷକ ପ୍ରତିନିଧ୍ ଭାବେ ସହକାରୀ ଶିକ୍ଷୟିତ୍ରୀ ସରୋଜିନୀ ପଣ୍ଡା ମନୋନୀତ ହୋଇଛନ୍ତି ବୋଲି ପ୍ରଧାନ ଶିକ୍ଷକ କହଁର ସୂଚନା ଦେଇଛନ୍ତି । ତେବେ ବିଧ ବ୍ୟବସ୍ଥା କ୍ରମେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏହି କମିଟିର ସଭାପତି ଭାବେ ଦାୟିତ୍ବ ତୁଲାଇବେ।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ