
ଧର୍ମଗଡ :(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ, ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବନ୍ଦପଡ଼ାରେ ଥିବା ଏକ ପୋଖରୀ ପାଣିରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ମାର୍କଣ୍ଡ ଧରୁଆ (୫୦ ) ଶୁକ୍ରବାର ଦିନ ନିଜ ଗାଁ ନିକଟସ୍ଥ ପୋଖରୀକୁ ଗାଧୋଇ ବାକୁ ଯାଇଥିଲେ। ଦୀର୍ଘ ସମୟ ଧରି ଘରକୁ ନ ଆସିବାରୁ ପରିବାର ଲୋଜେ ବହୁତ ଖୋଜା ଖୋଜି କରିଥିଲେ।ପରେ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ଘଟଣା ସମ୍ପର୍କରେ କୋକସରା ପୋଲିସ୍କୁ ସୂଚନା ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛନ୍ତି ତତ୍ ସହିତ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସ୍ପଷ୍ଟ ସୂଚନା ମିଳିବ ବୋଳି ପୋଲିସ ପକ୍ଷରୁ ସୂଚନା ମିଳିଛି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ