
ଧର୍ମଗଡ଼:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ମାନବିକତାର ଏକ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଛନ୍ତି କଳାହାଣ୍ଡି ଜିଲ୍ଲା ପଣ୍ଡରାମାଳି ସେବାସଙ୍ଘ ଏବଂ ଯୁବ ବାହିନୀ। ଗତ କିଛି ଦିନ ତଳେ କୋକସରା ବ୍ଲକ ଅନ୍ତର୍ଗତ କଛାରପଡ଼ା ଓ ପୋଡ଼ାଗୁଡ଼ାରେ ଦୁଇ ବ୍ୟକ୍ତି ଚାଷ ଜମିକୁ ପାଣି ଦେବା ପାଇଁ ମୋଟର ବିଦ୍ୟୁତ୍ ସଂଯୋଗ ସମୟରେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଅନ୍ୟପଟେ ଗଡ଼ିଆଜୋରରେ ଜଣେ ଶିଶୁ ଗରମ ପଖାଳ ମଡ଼ରେ ପଡ଼ି ମୃତ୍ୟୁବରଣ କରିଥିଲା। ଏହି ଦୁଃଖଦ ଘଟଣାରେ ଶୋକାଭିଭୂତ ପରିବାରଗୁଡ଼ିକୁ ସାନ୍ତ୍ୱନା ଦେବା ସହ ସେମାନଙ୍କ ପାଖରେ ଛିଡ଼ା ହେବା ପାଇଁ ଆଗେଇ ଆସିଛନ୍ତି ପଣ୍ଡରାମାଳି ସେବାସଙ୍ଘ ଓ ଯୁବ ବାହିନୀ। ଏହି ତିନି ପରିବାରକୁ ଭେଟି ସଙ୍ଘ ଓ ଯୁବ ବାହିନୀର କର୍ମକର୍ତ୍ତାମାନେ ସମବେଦନା ଜଣାଇବା ସହ ପ୍ରତି ପରିବାରକୁ ୧୦,୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହି ସହାୟତା ଏକ ଆର୍ଥିକ ସମ୍ବଳ ତଥା ମନୋବଳ ବଢ଼ାଇବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି। ଏହି ମାନବିକ କାର୍ଯ୍ୟକ୍ରମରେ ପଣ୍ଡରାମାଳି ସେବାସଙ୍ଘର ଜିଲ୍ଲା ସଭାପତି ଶ୍ରୀ ଈଶ୍ୱର ପୁଝାରୀ, କୁଳପତି ଶ୍ରୀ ପ୍ରକାଶ ଚନ୍ଦ୍ର ନାଏକ, ପୂର୍ବତନ ଯୁବ ବାହିନୀ ସଭାପତି ତଥା ଆଇନ ପରାମର୍ଶଦାତା ଦୁର୍ଗା ପ୍ରସାଦ ନାଏକ, ଯୁବ ବାହିନୀ ସଭାପତି ଭବାନୀ ଶଙ୍କର ବଣିଆ, ସମ୍ପାଦକ ଲୋକେଶ ନାଏକ, ଧର୍ମଗଡ଼ ନଗର ଯୁବ ବାହିନୀ ସଭାପତି ସ୍ୟୋମ୍ୟ ରଞ୍ଜନ ନାଏକ, କୋକସରା ବ୍ଲକ ସଭାପତି ବିଡୁ ନାଏକ, ସମ୍ପାଦକ ଧନଞ୍ଜୟ ମାଝୀ, ଝସକେତନ ପାରି, କୋକସରା ବ୍ଲକ ସମ୍ପାଦକ ଧର୍ମାନନ୍ଦ ନାଏକ, ଚୌଧୁରୀ ନାଏକ, ସେତୁ ରାମ ଭକ୍ତ, ଶ୍ରୀକାନ୍ତ ନାଏକ, ସୁବାସ ବୋଡ଼କିଆ, ପରମାନନ୍ଦ ନାଏକ, କବିରାମ ଲିମଗୋଛିଆ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଉଦ୍ୟମ ସମାଜରେ ଏକତା ଓ ସହାନୁଭୂତିର ବାର୍ତ୍ତା ଦେଇଛି। ପଣ୍ଡରାମାଳି ସେବାସଙ୍ଘ ଓ ଯୁବ ବାହିନୀର ଏହି ମହତ୍ କାର୍ଯ୍ୟ ଅଞ୍ଚଳବାସୀଙ୍କ ମନରେ ଗଭୀର ପ୍ରଭାବ ପକାଇଛି, ଯାହା ଅନ୍ୟମାନଙ୍କୁ ମଧ୍ୟ ଏଭଳି ସେବାମୂଳକ କାର୍ଯ୍ୟରେ ଅଂଶଗ୍ରହଣ ପାଇଁ ପ୍ରେରଣା ଯୋଗାଇବ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ