
ଧର୍ମଗଡ଼(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ସହରରେ ଭାରତୀୟ ଜାତୀୟ କଂଗ୍ରେସ ଓ ଆଠଟି ବିରୋଧୀ ଦଳର ମିଳିତ ନେତୃତ୍ୱରେ ଡକାଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦର ପ୍ରଭାବ ଦେଖାଦେଇଛି। ଏହି ବନ୍ଦ ଯୋଗୁଁ ସହରରେ ଦୋକାନ, ବଜାର, ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ, ପେଟ୍ରୋଲ ପମ୍ପ, ବ୍ୟାଙ୍କ ଏବଂ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। କଂଗ୍ରେସ ଓ ଅନ୍ୟାନ୍ୟ ବିରୋଧୀ ଦଳର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରୁଛନ୍ତି। ଏହି ବନ୍ଦ ଫକୀର ମୋହନ କଲେଜର ଛାତ୍ରୀ ସୌମ୍ୟଶ୍ରୀ ବିସିଙ୍କ ଦୁଃଖଦ ମୃତ୍ୟୁର ପ୍ରତିବାଦରେ ଡକାଯାଇଛି। ସୌମ୍ୟଶ୍ରୀ କଲେଜର ଜୈନିକ ବିଭାଗର ଏଚ୍ଓଡିଙ୍କ ଦ୍ୱାରା ଦୀର୍ଘ ଦିନ ଧରି ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଥିଲେ। କଲେଜ ଓ ପ୍ରଶାସନିକ କର୍ତ୍ତୃପକ୍ଷ ତାଙ୍କ ଅଭିଯୋଗକୁ ଗ୍ରହଣ ନକରିବାରୁ ସେ ନିଜକୁ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ। ଏହି ଆନ୍ଦୋଳନରେ ବାମପନ୍ଥୀ ଦଳ ସମେତ କଂଗ୍ରେସ କର୍ମୀମାନେ ଘଟଣାର ମୁକ୍ତ ଓ ନ୍ୟାୟିକ ତଦନ୍ତ ସହ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ସ୍ଥାନୀୟ ସାଂସଦ ଓ ବିଧାୟକଙ୍କ ଇସ୍ତଫା ଦାବି କରି ଧର୍ମଗଡ଼ର ମୁଖ୍ୟ ଛକ ଓ ଛତିଶଗଡ଼ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ପିକେଟିଂ କରିଛନ୍ତି। ପ୍ରତିବାଦକାରୀମାନେ ଓଡ଼ିଶାରେ ମହିଳାଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି। ଆନ୍ଦୋଳନରେ କଳାହାଣ୍ଡି ଜିଲ୍ଲା କଂଗ୍ରେସର ବରିଷ୍ଠ ସଦସ୍ୟ ତୁଷାର ରଞ୍ଜନ ପଟ୍ଟଯୋଷୀ, ସୁଲୋଚନା ବିଶୀ, ଯୁବ କଂଗ୍ରେସର ରାଜ୍ୟ ସମ୍ପାଦକ ବେଣୁପାଣି ଦୁର୍ଗା, ଧର୍ମଗଡ଼ ବ୍ଲକ ସଭାପତି ପ୍ରେମଲାଲ ସାଗର, ସମାଜବାଦୀ ପାର୍ଟିର ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ଭୋଇ, ସିପିଆଇର ଜିଲ୍ଲା ସମ୍ପାଦକ ଜଗଜ୍ଜୀବନ ଦୁର୍ଗା, ଶାଖା ସମ୍ପାଦକ ଶ୍ୟାମ ସୁନ୍ଦର ଜାଲ ଏବଂ ଟ୍ରେଡ ଇଉନିୟନର ଜିଲ୍ଲା ସମ୍ପାଦକ ମାଧବ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ