
କଲମପୁର(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ପ୍ରତି ଯୌନ ନିର୍ଯାତନା ଓ ମୃତ୍ୟୁ ଘଟଣାର ବିଚାରବିଭାଗୀୟ ତଦନ୍ତ ଏବଂ ମହିଳା ସୁରକ୍ଷା ଦାବିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶ ଅନୁଯାୟୀ ୧୭ ଜୁଲାଇରେ ରାଜ୍ୟବ୍ୟାପୀ ବନ୍ଦ ପାଳନ କରାଯାଇଛି। ଏହି ବନ୍ଦକୁ ସିପିଆଇ, ସିପିଆଇଏମ, ଲିବେରେସନ, ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ, ଏନସିପି, ଏସପି, ଆରଜେଡି ଆଦି ରାଜନୈତିକ ଦଳଗୁଡ଼ିକ ସମର୍ଥନ କରିଥିଲେ। କଳାହାଣ୍ଡି ଜିଲ୍ଲାର କଲମପୁରରେ ବ୍ଲକ କଂଗ୍ରେସ ସଭାପତି ବିପିନ ବିହାରୀ ପ୍ରଧାନୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଏହି ବନ୍ଦକୁ ସମର୍ଥନ କରି ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିଛନ୍ତି। କର୍ମୀମାନେ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ଦୋକାନ ବଜାର ବନ୍ଦ ରଖିବାକୁ ଅନୁରୋଧ କରିଥିଲେ, ଯାହାକୁ ସ୍ଥାନୀୟ ବଣିକ ସଂଘ ସମର୍ଥନ କରିଥିଲା। ଜରୁରୀ କାଳୀନ ସେବାକୁ ଛାଡ଼ି କଲମପୁରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ବନ୍ଦ ପାଳନ ଅବସରରେ କଂଗ୍ରେସ କର୍ମୀମାନେ ମୁଖ୍ୟ ସହରରେ ଏକତ୍ରିତ ହୋଇ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ନାରାବାଜି କରିଥିଲେ ଏବଂ ସରକାରଙ୍କ ଉଦାସୀନତାକୁ କଟୁ ସମାଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପବିତ୍ର ବାଗ, ଜଗନ୍ନାଥ ନାଏକ, ପଦ୍ମ କିଶୋର ନାଏକ, ଅହମ୍ମଦ ମହମ୍ମଦ, ପବନ ମାଝୀ, ନବ ସୁନାନୀ, ଶ୍ୟାମ ନାଗ, ଦଧି ପ୍ରଧାନୀ, କଳାକାଁହୁ କଟା, ତାରିଣୀ ପଟେଲ, ଜଗମୋହନ ପୁଝାରୀ, ପ୍ରଦୀପ ଭୋଇ, ଟିକଚନ ମାଝୀ, ଗଣେଶ ନାଗ, ହରିଶଙ୍କର ଦ୍ୱୀପ, ଗଣେଶ ରଣା, ଜୟ ଶଙ୍କର ଶବର ପ୍ରମୁଖ ଉପସ୍ଥିତ ଥିଲେ।
ସ୍ୱତନ୍ତ୍ର ଖବର: ଗଣେଶ ରାମ ବାଗ