
ଜୟପାଟଣା( ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଭାରତ ସରକାରଙ୍କ ନାକୋ (ଏନ୍ ଏ ସି ଓ) ଏବଂ ଓଡ଼ିଶା ରାଜ୍ୟ ସରକାରଙ୍କ ଓସାକ (ଓ ଏସ ଏ ସି ଏସ) ର ମିଳିତ ଉଦ୍ୟମରେ, କଳାହାଣ୍ଡି ଜିଲ୍ଲାର ଆଭା ଲିଙ୍କ ଓ୍ୱାର୍କର କାର୍ଯ୍ୟାଳୟ ତରଫରୁ ରଣମାଳ ଅଙ୍ଗନବାଡ଼ି କେନ୍ଦ୍ର ଠାରେ ଏକ ଏଚ ଆଇ ଭି/ଏଡସ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନାକୋର ସ୍ମିତା ରାଣୀ ସାମନ୍ତରାୟ,ସଞ୍ଜୀବ ବିଶ୍ୱାଳ, ଓଡ଼ିଶା ସରକାରଙ୍କ ପର୍ଯ୍ୟବେକ୍ଷକ(ଓସାକ) ପ୍ରମୋଦ କୁମାର ମହାରଣା ,ଆଭା ଲିଙ୍କ ଓ୍ୱାର୍କର କାର୍ଯ୍ୟାଳୟ କଳାହାଣ୍ଡିର ଜିଲ୍ଲା ପ୍ରତିନିଧି , ପୁଷ୍ପାରାଣୀ ପରିଡ଼ା, ଜୟପାଟଣା ବ୍ଲକର ଶିଶୁ ବିକାଶ ଅଧିକାରିଣୀ ସୂର୍ଯ୍ୟକାନ୍ତି ପାଟଯୋଶୀ, ରଣମାଳ ସରପଞ୍ଚ ପ୍ରତିନିଧି ସୁଧୀର ପଣ୍ଡା, ବ୍ଲକ ସ୍ତରୀୟ ମିଶନ ଶକ୍ତି ସଭାନେତ୍ରୀ ଝୁନି ଦୁର୍ଗା, ପଞ୍ଚାୟତ ସ୍ତରୀୟ ମିଶନ ଶକ୍ତି ସଭାନେତ୍ରୀ କନକ ଭାଟି, ଅଙ୍ଗନବାଡ଼ି କର୍ମୀ ସୁକୁମାରୀ ସାହୁ, ହେମାଙ୍ଗିନୀ ବିଶ୍ୱାଳ, କବିତା ଦୁର୍ଗା, ଦୁର୍ମିଳା ନାଏକ, ସୁପରଭାଇଜର ଘନଶ୍ୟାମ ମହାନନ୍ଦ, ଆଶା କର୍ମୀ ଏବଂ ଗ୍ରାମର କିଶୋର-କିଶୋରୀ, ପୁରୁଷ, ମହିଳା ଓ କିନ୍ନର ପ୍ରମୁଖ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ। ଅତିଥିମାନେ ଉପସ୍ଥିତ ଲୋକଙ୍କୁ ଏଚଆଇଭି/ଏଡସ୍, ଯକ୍ଷ୍ମା, ଯୌନ ରୋଗ, ସିଫିଲିସ, ସାଂକ୍ରୋଏଡ ଓ ଗନେରିଆ ଆଦି ରୋଗର ଲକ୍ଷଣ ଏବଂ ପ୍ରତିକାର ସମ୍ପର୍କରେ ସଚେତନ କରାଇଥିଲେ। ସେମାନେ ଲୋକଙ୍କୁ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ଏବଂ ଲକ୍ଷଣ ଦେଖାଦେଲେ ତୁରନ୍ତ ସରକାରୀ ଡାକ୍ତରଙ୍କ ପରାମର୍ଶ ନେବାକୁ ପରାମର୍ଶ ଦେଇଥିଲେ। ସରକାରଙ୍କ ମାଗଣା ଚିକିତ୍ସା ଓ ସୁବିଧା ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା। କାର୍ଯ୍ୟକ୍ରମଟି ସ୍ୱାଗତ ଓ ମଞ୍ଚ ପରିଚାଳନା କ୍ଲଷ୍ଟର ଲିଙ୍କ ଓ୍ୱାର୍କର ସେନାପତି ନାଏକ କରିଥିବା ବେଳେ ଶେଷରେ ଦୀପ୍ତିମୟୀ ଆଚାରୀ ଧନ୍ୟବାଦ ଅର୍ପଣ କରି ସଭା ସମାପନ କରିଥିଲେ।
ବ୍ୟୁରୋ ରିପୋର୍ଟ – ସତ୍ୟଯୁଗ ମିଡିଆ