
ଧର୍ମଗଡ଼ (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଧର୍ମଗଡ଼ ବନ ବିଭାଗର ସ୍କ୍ୱାର୍ଡ ଟିମ୍ ଗତକାଲି ରାତିରେ ପାଟ୍ରୋଲିଂ ସମୟରେ ଗୋତୋମୁଣ୍ଡା-ଥୁଟିବର ରାସ୍ତାରେ ଏକ ଟ୍ରାକ୍ଟରରେ ଚୋରା ଚାଲାଣ ହେଉଥିବା ୨୩ ଖଣ୍ଡ ଶାଗୁଆନ କାଠ ଗଣ୍ଡି ଜବତ କରିଛି। ଟିମ୍ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ, ମାତ୍ର ଚାଳକ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ। ଜବତ କାଠ ଓ ଟ୍ରାକ୍ଟରକୁ ଧର୍ମଗଡ଼ ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇଛି। ବନପାଳ ଭବାନୀ ଶଙ୍କର କାଉରଙ୍କ ସୂଚନା ଅନୁଯାୟୀ, ଜବତ ଶାଗୁଆନ କାଠର ଆନୁମାନିକ ମୂଲ୍ୟ ତିନି ଲକ୍ଷ ଟଙ୍କାରୁ ଅଧିକ। ଚଢ଼ାଉରେ ଫରେଷ୍ଟର ତଥା ସେକ୍ସନ ଇନଚାର୍ଜ ରାଜେନ୍ଦ୍ର ନାଏକ, ସ୍କ୍ୱାର୍ଡ ସଦସ୍ୟ କୋକିଳ ଭାଟି, କୁନା ପ୍ରଧାନୀ, ପାରା ଫରେଷ୍ଟ ଷ୍ଟାଫ ସ୍ୱାଧୀନ ଦଣ୍ଡସେନା ଏବଂ ନମିତା ବାଗ ପ୍ରମୁଖ ସାମିଲ ଥିଲେ। ବନ ବିଭାଗ ଏହି ଚୋରା ଚାଲାଣ ଘଟଣାର ତଦନ୍ତ ଜାରି ରଖିଛି ଏବଂ ଫେରାର ଚାଳକଙ୍କୁ ଖୋଜିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ