
କଳାହାଣ୍ଡି (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଗତ ୧୦ ଜୁଲାଇ ୨୦୨୫ରେ ବଡ଼ ପୋଡ଼ାଗୁଡ଼ା ଓ କଛାର ପଡ଼ାର ଦୁଇ ଶଳା ଭିଣୋଇ ଅନିରୁଦ୍ଧ ନାଏକ ଓ ଧନୁର୍ଯ୍ୟ ମାଶ୍ରା ନିଜ ଚାଷ ଜମିରେ ପାଣି ଲଗାଇବାକୁ ଯାଇ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଅକାଳ ମୃତ୍ୟୁବରଣ କରିଥିଲେ। ଏହି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିଲା। ଆଜି ଉଭୟ ଗ୍ରାମରେ ସାମାଜିକ ରୀତିନୀତି ଅନୁଯାୟୀ ଦଶାହ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପଣ୍ଡରା ମାଳି ସେବା ସଂଘ ଜିଲ୍ଲା କମିଟିର କାର୍ଯ୍ୟକାରୀ ସଭାପତି ଉଦିତ କୁମାର ନାଏକ, ସାଧାରଣ ସମ୍ପାଦକ ବିରଞ୍ଚି ବଣିଆ, କୋଷାଧ୍ୟକ୍ଷ ମନୋଜ ନାଏକ, ଜିଲ୍ଲା ସଂଯୋଜକ ସୁମେଶ ବୋଡ଼କିଆ, ମଣିରାମ ନାଏକ, ଗୋଲାମୁଣ୍ଡା ବ୍ଲକ ସଭାପତି ତୁଲେଶ୍ୱର ନାଏକ, କୋକସରା ବ୍ଲକ ସଭାପତି ଭଜମନ ନାଏକ, ସମ୍ପାଦକ କ୍ଷୀରସିନ୍ଧୁ ବୋଡ଼କିଆ, ସହ ସମ୍ପାଦକ ଗୋବର୍ଦ୍ଧନ ନାଏକ, କୋଷାଧ୍ୟକ୍ଷ ସୁବାଷ ନାଏକ, ଆମପାଣି ଜୋନ ସଭାପତି ହରିଶ୍ଚନ୍ଦ୍ର ନାଏକ, ଜିଲ୍ଲା ଉପସଭାପତି ଟଙ୍କଧର ନାଏକ, ମୋଟର ଜୋନ ସଭାପତି ଧନେଶ୍ୱର ନାଏକ, ଉପସଭାପତି ଦୁର୍ବଳ ଲିମଗୋଛିଆ, କୃଷ୍ଣ ନାଏକ ଓ ହିମାଞ୍ଚଳ ନାଏକ ଉପସ୍ଥିତ ରହି ମୃତ ଆତ୍ମାଙ୍କ ପ୍ରତି ଗଭୀର ସମବେଦନା ଜଣାଇଥିଲେ। ଏହି ଘଟଣା ସ୍ଥାନୀୟ ସମାଜରେ ଗଭୀର ଦୁଃଖ ଓ ଆଲୋଡ଼ନ ସୃଷ୍ଟି କରିଛି। ପଣ୍ଡରା ମାଳି ସେବା ସଂଘର କର୍ମକର୍ତ୍ତାମାନେ ପରିବାରର ଦୁଃଖରେ ସାମିଲ ହୋଇ ସେମାନଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ।