
କଲମପୁର(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତଥା ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କଳାହାଣ୍ଡି ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସି ରବିବାର ଦ୍ୱିତୀୟ ଦିନରେ ଭବାନୀପାଟଣା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ଜଙ୍ଗଲ ବିଭାଗ ପକ୍ଷରୁ ବୃକ୍ଷ ରୋପଣ କରାଯାଇଥିବା ଅଞ୍ଚଳକୁ ପ୍ରଦର୍ଶନ କରିଥିଲେ । ଏହା ପରେ ମନ୍ତ୍ରୀ ଜୁନାଗଡ଼ ବ୍ଲକ କୋଏଲ ଗାଁ ଠାରେ ୩୨ ହଜାର ଗଛ ଲଗାଯାଇ ଜଙ୍ଗଲ ସୃଷ୍ଟି କରାଯାଇଥିବା ସ୍ଥାନ ପରିଦର୍ଶନ କରିଥିଲେ । ପରେ କଲମପୁର ବ୍ଲକ ଅଞ୍ଚଳ ଗସ୍ତ କରି ନିର୍ମାଲ୍ୟକ୍ଷେତ୍ର ପରିସରରେ ଏବଂ କଲମପୁର ମଣ୍ଡି ପରିସରରେ ଦକ୍ଷିଣ ବନଖଣ୍ଡ ପକ୍ଷରୁ ଅୟୋଜିତ ମାଁ ପାଇଁ ଗଛଟିଏ-୨.୦ କାର୍ଯ୍ୟକ୍ରମରେ ଯୋଗ ଦେଇ ମାନ୍ୟବର ମନ୍ତ୍ରୀ ଓ ବିଧାୟକ ବୃକ୍ଷ ରୋପଣ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସନ୍ତୁଳନ ପାଇଁ ମା ଙ୍କ ନାମରେ ଗଛଟିଏ ଏକ ଯୁଗାନ୍ତକାରୀ ପଦକ୍ଷେପ ତଥା ଓଡ଼ିଶାରେ ଗତ ବର୍ଷ ୬ କୋଟି ୬୫ ଲକ୍ଷ ଗଛ ଲଗାଯାଇଛି ଏବଂ ଚଳିତ ବର୍ଷ ୭.୫ କୋଟି ଗଛ ଲଗାଇବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ପ୍ରକାଶ କରିଥିଲେ। କଳାହାଣ୍ଡିରେ ସବୁଜ ପରିବେଶ ରହିଛି ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାରେ ୯ ଲକ୍ଷ ଗଛ ଲଗାଯିବ ବୋଲି ସେ ଆହ୍ୱାନ ଦେଇଥିଲେ , ଏହି ପରିପ୍ରେକ୍ଷୀରେ କଲମପୁର – ଥୁଆମୂଳ ରାମପୁର ସିଙ୍ଗାରି ଘାଟି ରାସ୍ତା ସମ୍ପର୍କରେ ପଚାରିବାରୁ ଆମେ ଏ ସମ୍ପର୍କରେ ଆଲୋଚନା କରିଛୁ ଶୀଘ୍ର କାମ ହେବାପାଇଁ ପ୍ରଚେଷ୍ଟା ଚାଲିଛି ବୋଲି ମନ୍ତ୍ରୀ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ l କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, କଳାହାଣ୍ଡି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସନ୍ତୋଷ ଯୋଶୀ, ଉତ୍ତର ବନ ଖଣ୍ଡ ଅଧିକାରୀ ରମେଶ କୁମାର ,ଦକ୍ଷିଣ ବନଖଣ୍ଡ ଅଧିକାରୀ ଆର କଲାଇଭାନନ୍ , ଜଙ୍ଗଲ ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀବୃନ୍ଦ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ ମଣ୍ଡି ପରିସରରେ ଆୟୋଜିତ ଏକ ମିଶ୍ରଣ ପର୍ବ ଏବଂ ଦଳୀୟ ସାଙ୍ଗଠନିକ ସଭାରେ ମନ୍ତ୍ରୀ ଏବଂ ଧର୍ମଗଡ଼ ବିଧାୟକ ଯୋଗ ଦେଇଥିଲେ, ଏହି ମିଶ୍ରଣ ପର୍ବରେ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ, ଦୁଇ ଗୋଟି ଜୋନ ସଭାପତି ସରିତା ସରାଫ , ହିତେଶ ପାତ୍ର , ପୂର୍ବତନ ବ୍ଲକ ସଭାପତି ସୁମନ୍ତ ପଣ୍ଡା , ବ୍ଲକ ଅଧ୍ୟକ୍ଷା ଜ୍ୟୋତି ନାଏକ , ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ଏମପି ପ୍ରତିନିଧି ଅରୁଣ ଜଗରିଆ , ବିଧାୟକ ପ୍ରତିନିଧି ସୁଶାନ୍ତ ରାଉତ , ବରିଷ୍ଠ କାର୍ଯ୍ୟକର୍ତ୍ତା ବିଜୟ ପଣ୍ଡା , ହିମାଂଶୁ ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ । କଲମପୁର ବ୍ଲକର ୧୧ଗୋଟି ପଞ୍ଚାୟତର ୯ଜଣ ସରପଞ୍ଚ ଏବଂ ତାଙ୍କ ଶତାଧିକ ସମର୍ଥକ ମନୋଜ ଶର୍ମା , ଚେରୁ ନାଏକ, ଦିଲିପ ସାହୁ, ସୁଶିଲ ଜୈନ ,ଦୁଃଖି ମାଝି, ଭବାନୀ ସାହୁ , ମଗସିର ପଟେଲ, ବୁଲୁ ମୁଣ୍ଡ, ତ୍ରୀନାଥ ଲହଜଲ,ସୁରେଶ ପଟେଲ ପ୍ରମୁଖ ଅନୁଷ୍ଠାନିକ ଭାବେ ବିଜେପିର ମିଶ୍ରଣ ପର୍ବରେ ସାମିଲ ଥିଲେ l ବିଜେପିର ବିଶ୍ବ ପଣ୍ଡା,ଘନଶ୍ୟାମ ନାଏକ , ସୁଶିଲ ପତି , କମଳ ବାଗ , ମାଙ୍ଗେଳାଲ ବାଗ , ଟୁନା ପତି , ସୁଧୀର ବାଗ , ହରେକୃଷ୍ଣ ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ଭାରତ ମୁଣ୍ଡ ମଞ୍ଚ ପରିଚାଳନା କରିଥିଲେ।
ସ୍ବତନ୍ତ୍ର ଖବର – ଗଣେଶ ରାମ ବାଗ