
ଖଣ୍ଡପଡା(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ବ୍ଲକ କୁମ୍ଭାରପଡା ରାମଚନ୍ଦ୍ର ଉଚ୍ଚ ପ୍ରାଥମିକ ମଧ୍ୟ ଇଂରାଜୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି ନେତାଜୀ କ୍ଳବ ପରିସରରେ ଥିବା ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର। ଅଭିଯୋଗ ଅନୁଯାଇ, ଉକ୍ତ ରାସ୍ତା ଦେଇ ବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ ଗାଁ ର ଦୁଇଟି ଅଙ୍ଗନବାଡି କେନ୍ଦ୍ରର ଶିଶୁ ମାନେ ପଢିବାକୁ ଆସନ୍ତି। ମୁକୁଳା ଟ୍ରାନ୍ସଫର୍ମର ସମ୍ମୁଖରେ ନେତାଜୀ କ୍ଳବ ପରିସରରେ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଉଦ୍ୟମରେ ଏକ ମିନି ଷ୍ଟାଡିଅମ ନିର୍ମାଣ ହୋଇଛି। ଏହି ଷ୍ଟାଡିଅମକୁ ଅବସର ସମୟରେ ଦୈନିକ ପିଲାମାନେ ଖେଳକୁଦ କରିବାକୁ ଆସିଥାନ୍ତି। ବଡ଼କଥା ହେଉଛି, ମୁକୁଳା ଟ୍ରାନ୍ସଫର୍ମର ବିପଦପୂର୍ଣ୍ଣ ଅବସ୍ଥାରେ ଥିବାରୁ ଶିକ୍ଷକ ଏବଂ ଅଙ୍ଗନବାଡି କର୍ମୀଙ୍କ ଚିନ୍ତା ବଢିଯାଇଛି। ଛାତ୍ର ଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅତିଶୀଘ୍ର ବିଦ୍ୟୁତ ଟ୍ରାନ୍ସଫର୍ମର ଚାରିପାଖରେ ସ୍ଥାୟୀ ବାଡ଼ ଦେଇ ଆବଦ୍ଧ କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି। ସ୍ଥାନୀୟ ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବୀ ହେଉଛି।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ