
ଖଣ୍ଡପଡ଼ା (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ସହରର ଉପକାରାଗାର ରାସ୍ତାରେ ଅବସ୍ଥିତ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ କ୍ୟାମ୍ପସ-୩ ଏବେ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଜଣାପଡ଼ିଛି । ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗର ନିଷ୍ପତିକ୍ରମେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ ଯୋଗୁଁ ଉକ୍ତ ବିଦ୍ୟାଳୟଟିକୁ ନିକଟସ୍ଥ ପିଏମଶ୍ରୀ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟଳ ସହ ମିଶ୍ରଣ କରାଯଇଥିଲା।ସେହିଦିନ ଠାରୁ ବନ୍ଦ ବିଦ୍ୟାଳୟଳରେ ତାଲା ଝୁଲୁଛି। ଏହାର ସୁଯୋଗ ନେଇ ଅସାମାଜିକ ଯୁବକମାନେ ବିଦ୍ୟାଳୟ ପରିସରରେ ଅବାଧରେ ପ୍ରବେଶ କରି ମଦ୍ୟପାନ କରିବା ସହ ଭୋଜିଭାତର ଆସର ଜମାଉଥିବା ଦେଖିବାକୁ ମିଳୁଛି। ଏଥିପ୍ରତି ଖଣ୍ଡପଡା ବ୍ଲକ ଶିକ୍ଷାଧିକାରୀ ଓ ଜିଲା ଶିକ୍ଷାକାରୀ ଦୃଷ୍ଟି ଦେଇ ବନ୍ଦ ବିଦ୍ୟାଳୟଟିକୁ ଯେ କୌଣସି କାର୍ଯ୍ୟରେ ଲଗାଇବାକୁ ଖଣ୍ଡପଡ଼ା ସହର ବାସୀ ଦାବି କରିଛନ୍ତି ।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
13 thoughts on “ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ବନ୍ଦ ବିଦ୍ୟାଳୟ ପରିସର”
Comments are closed.