
ଧର୍ମଗଡ଼ (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): ଧର୍ମଗଡ଼ ଅଞ୍ଚଳରେ କୃଷି ଉନ୍ନୟନ ଓ କୃଷକ ସେବାକୁ ପ୍ରାଧାନ୍ୟ ଦେଇ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ ନୂତନ କାର୍ଯ୍ୟାଳୟର ଉଦଘାଟନ କରାଯାଇଛି। ଏହି ଅବସରରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟାଳୟର ଉଦଘାଟନ କରିଥିଲେ। ଉଦଘାଟନ ସମାରୋହରେ ଭାରପ୍ରାପ୍ତ ଉପଜିଲ୍ଲାପାଳ ଅଜୟ କୁମାର ତିର୍କୀ, କଳାହାଣ୍ଡି ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ବିଷ୍ଣୁ ପ୍ରସାଦ ସିଂ, ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷୀ, ଏନଏସସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ମଳୟ କୁମାର ସିଂ ଏବଂ ସହକାରୀ କୃଷି ଯନ୍ତ୍ରୀ ଉପନିର୍ଦ୍ଦେଶକ ମନୋଜ କୁମାର ହୋତା ଉପସ୍ଥିତ ଥିଲେ। ଏହି ଅବସରରେ “ମା ପାଇଁ ଗଛ ଟିଏ” ଅଭିଯାନର ଅଂଶ ଭାବେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯାହା ପରିବେଶ ସୁରକ୍ଷା ଓ ଜନସଚେତନତା ବୃଦ୍ଧିରେ ସହାୟକ ହେବ ବୋଲି ଆଶା କରାଯାଉଛି। ନୂତନ କାର୍ଯ୍ୟାଳୟ ରାଜ୍ୟ ସରକାରଙ୍କ କୃଷି କ୍ଷେତ୍ରରେ ଗ୍ରାମାଞ୍ଚଳକୁ ଉନ୍ନତ ସେବା ଯୋଗାଇବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସମସ୍ତେ ମତପ୍ରକାଶ କରିଛନ୍ତି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ