
ଖଣ୍ଡପଡ଼ା (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ)ଖଣ୍ଡପଡ଼ା ସହରର ୧ନଂ ୱାର୍ଡସ୍ଥିତ ପ୍ରାଣୀ ଚିକିତ୍ସାଳୟର ନୂତନ କୋଠା ନିର୍ମାଣ କାର୍ଯ୍ଯ ବର୍ଷକ ତଳୁ ଶେଷ ହୋଇଥିଲେ ହେଁ ଅଦ୍ୟାବଧି ତାହା କାର୍ଯ୍ୟକାରୀ ହୋଇପାରିନଥିବା ଜଣାପଡ଼ିଛି। ନୂତନ କୋଠାରେ ତାଲା ଝୁଲୁଥିବା ବେଳେ ଏଠାରେ ଅବସ୍ଥାପିତ ପ୍ରାଣୀ ଚିକିତ୍ସାଧିକାରୀ ଓ କର୍ମଚାରୀମାନେ ପୂର୍ବ ପରି ବିପଦସଙ୍କୁଳ ପୁରାତନ ଗୃହରେ ବସି କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। କାର୍ଯ୍ୟାଳୟର ନୂତନ କୋଠା ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ହେଁ ସମ୍ମୁଖ ଅଂଶ ପୂର୍ବପରି ମାଟି ଥୂବାରୁ ସାମାନ୍ୟ ବର୍ଷା ହେଲେ କାଦୁଅ ପଙ୍କରେ ଉକ୍ତ ସ୍ଥାନ କଦର୍ଯ୍ୟ ହୋଇପଡୁଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ନୂତନ ପ୍ରାଣୀ ଚିକିତ୍ସାଳୟର ସମ୍ମୁଖ ଭାଗ ରାସ୍ତା ସିମେଣ୍ଟ କଂକ୍ରିଟକରଣ କରିବାକୁ ସାଧାରଣରେ ଦାବି ହେଉଛି। ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଖଣ୍ଡପଡ଼ା ସହରବାସୀ ଦାବି କରିଛନ୍ତି ।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ