
ଧର୍ମଗଡ଼(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଧର୍ମଗଡ ଉପଖଣ୍ଡର ନୂତନ ସବ-ଡିଭିଜନାଲ ପୁଲିସ ଅଧିକାରୀ (ଏସଡିପିଓ) ଭାବେ ଡୋଳାମଣି ଭୋଇ ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଏଠାରେ କାର୍ଯ୍ୟରତ ଏସଡିପିଓ ମନୋଜ କୁମାର ବେହେରାଙ୍କୁ ଲକ୍ଷ୍ମୀପୁର ଏସଡିପିଓ ଭାବେ ବଦଳି କରାଯାଇଥିଲା। ଶ୍ରୀ ଭୋଇ ପୂର୍ବରୁ କେନ୍ଦୁଝର ଜିଲ୍ଲାରେ ଡିଏସପି (ପିସିଆର ସେଲ) ଭାବେ ଦାୟିତ୍ୱ ତୁଲାଇଥିଲେ। ନୂତନ ଏସଡିପିଓଙ୍କୁ ଧର୍ମଗଡ଼ ବ୍ୟବସାୟୀ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସଂଘର ସଭାପତି ବିଦ୍ୟାଧର ସାହୁ, ଉପସଭାପତି ନରେଶ କୁମାର ଅଗ୍ରୱାଲ ଓ ଯଶୋବନ୍ତ ମେହେର, ସହ ସମ୍ପାଦକ ଅତୁଲ୍ୟ କୁମାର ମେହେର ଓ ଶ୍ରବଣ କୁମାର ଅଗ୍ରୱାଲ, କୋଷାଧ୍ୟକ୍ଷ ସରୋଜ କୁମାର ସାହୁ, ବରିଷ୍ଠ ସଦସ୍ୟ ଶୁକଲାଲ ଅଗ୍ରୱାଲ, ସାମ୍ବାଦିକ ବୈଦ୍ୟନାଥ ବେହେରା ଏବଂ ଜଗନ୍ନାଥ ସେବା ସମିତିର ସଭାପତି ବିଷ୍ଣୁ ପ୍ରସାଦ ଅଗ୍ରୱାଲ ପ୍ରମୁଖ ଶ୍ରୀ ଭୋଇଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ। ଏହି ଅବସରରେ ଧର୍ମଗଡ଼ ସହରର ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ, ରାତ୍ରୀକାଳୀନ ପୁଲିସ ପେଟ୍ରୋଲିଂ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ ବିଷୟ ଉପରେ ଆଲୋଚନା ହୋଇଥିଲା। ଏସଡିପିଓ ଶ୍ରୀ ଭୋଇ ଅଞ୍ଚଳରେ ଆଇନଶୃଙ୍ଖଳା ସୁଦୃଢ଼ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
13 thoughts on “ନୂତନ ଏସଡିପିଓଙ୍କୁ ବ୍ୟବସାୟିକ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା।”
Comments are closed.