
ଧର୍ମଗଡ଼ (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ ଏ ସି) ଧର୍ମଗଡ଼ ଆନୁକୂଲ୍ୟରେ କନିଷ୍ଠ ସଫେଇ ପ୍ରବୀଣ ଶ୍ରୀ ଅଭିନନ୍ଦନ ପ୍ରଧାନଙ୍କ ତତ୍ତ୍ୱାବଧାନରେ ତାରିଖ ୨୪.୦୭.୨୦୨୫ ରେ ଧର୍ମଗଡ଼ସ୍ଥିତ ମଡର୍ଣ୍ଣ କ୍ରିମେଟୋରିୟମ ପରିସରରେ ଏକ ସମୂହ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏନ୍ ଏ ସି ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ମହାନ୍ତି, ଉପାଧ୍ୟକ୍ଷା ଶ୍ରୀମତୀ ମନିଷା ମିଶ୍ର, ଗୋଷ୍ଠୀ ସଂଗଠକ ଶ୍ରୀ ଯଶୋବନ୍ତ ମହାପାତ୍ର, ଡିଇଓ ଶ୍ରୀ ମନୋରଞ୍ଜନ ନାଗ ସମେତ ସମସ୍ତ ସ୍ୱଚ୍ଛ ସୁପରଭାଇଜର, ସ୍ୱଚ୍ଛ ସାଥୀ, ସୁପରଭାଇଜର ଏବଂ ସ୍ୱଚ୍ଛ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
13 thoughts on “ଧର୍ମଗଡ଼ରେ ମଡର୍ଣ୍ଣ କ୍ରିମେଟୋରିୟମ ପରିସରରେ ସମୂହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ”
Comments are closed.