
ଧର୍ମଗଡ(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ “ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ଦୀର୍ଘ ସ୍ଥାୟୀ ଜୀବନ ଉପରେ ଆଧାରିତ ଶକ୍ତି କ୍ଲବ୍ ର ବ୍ଳକ୍ ସ୍ତରୀୟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବ୍ଳକ୍ ର ୨୪ ଗୋଟି ବିଭିନ୍ନ ସରକାରୀ, ଉନ୍ନୀତ ସରକାରୀ ଏବଂ ଆଦର୍ଶ ବିଦ୍ୟାଳୟ ର ମାଧ୍ୟମିକ ବର୍ଗ ର ଛାତ୍ର ଛାତ୍ରୀ ମାନେ ୫୦ ଗୋଟି ରୁ ଉର୍ଦ୍ଧ ପ୍ରକଳ୍ପ ସହ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ କିର୍ତ୍ତୀଚନ୍ଦ୍ର ପ୍ରଧାନ (ତହସିଲଦାର ଧର୍ମଗଡ )ମୁଖ୍ୟବକ୍ତା ଶ୍ରୀ ଅଜିତ୍ ଶବର (ଉପ ନିବନ୍ଧକ,ଧର୍ମଗଡ ), ବିଜ୍ଞାନ ଶିକ୍ଷକ ଫୋରମ୍ ର ସଭାପତି ଶ୍ରୀଯୁକ୍ତ ଯୋଗେଶ୍ ଚନ୍ଦ୍ର ପ୍ରହରାଜ , ସମ୍ପାଦକ ନିରଞ୍ଜନ ମୁଦୁଲି ଏବଂ ଗୋଷ୍ଠୀ ବିଜ୍ଞାନ ସାଧନ କେନ୍ଦ୍ର ର ସଭାପତି ତଥା ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜୟନ୍ତ କୁମାର ମୁଣ୍ଡ , ସମ୍ପାଦକ ଶ୍ରୀଯୁକ୍ତ ସରୋଜ ପଣ୍ଡା ଯୋଗ ଦାନ ଦେବା ସହ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ପଙ୍କଜିନୀ ମାଝି ଯୋଗଦାନ କରିଥିଲେ । ଏଥିରେ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପଣ୍ଡା ଏବଂ ଶ୍ରୀ ମୁକେଶ ଛତ୍ରିଆ ସଭା ପରିଚାଳନା କରିଥିଲେ । ଉଦଯାପନୀ ସଭାରେ ଧର୍ମଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଶ୍ରୀଯୁକ୍ତ ସଦାଶିବ ନାଏକ ମୁଖ୍ୟ ଅତିଥି ଆସନ ଅଳଙ୍କୃତ କରିଥିଲେ । ଏହି ପ୍ରକଳ୍ପ ରଦର୍ଶନୀ ରେ ପ୍ରଥମ ସ୍ଥାନ ଭାବେ ସରକାରୀ ଉଚ୍ଚ ବିଦ୍ୟାଳୟ ,ଧର୍ମଗଡ଼ ରହିବା ସହ ଦ୍ଵିତୀୟ ସ୍ଥାନ ରେ ରାମକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ ବ୍ରାହ୍ମଣଛେଣ୍ଡିଆ ଓ ତୃତୀୟ ସ୍ଥାନ ପି ଏମ୍ ଶ୍ରୀ ଏ.ପି ଦାଶ ଉଛ ବିଦ୍ୟାଳୟ,ପର୍ଲା ରହିଥିଲା । କୃତୀ ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ଓ ଅର୍ଥ ରାଶି ରୂପେ ପୁରସ୍କାର ପ୍ରଦାନ କରଯାଇଥିଲା। ପରିଶେଷରେ ବିଜ୍ଞାନ ଶିକ୍ଷକ ତେଜେଶ୍ଵର ସାହୁ ଏବଂ ଝଙ୍କାର ନିଆଲ୍ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ଯ୍ୟକ୍ରମ ରେ ବିଜ୍ଞାନ ଶିକ୍ଷକ ଫୋରମ୍ , ଗୋଷ୍ଠୀ ବିଜ୍ଞାନ ସାଧନ କେନ୍ଦ୍ର, ଧର୍ମଗଡ ର ବିଜ୍ଞାନ ଶିକ୍ଷକ ମାନେ ଓ ଆୟୋଜକ ସରକାରୀ ଉଚ୍ଚ ବିଦ୍ୟାଳୟ, ଧର୍ମଗଡ ର ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
12 thoughts on “ସରକାରୀ ଉଚ୍ଚ ବିଦ୍ୟାଳୟ, ଧର୍ମଗଡ ଠାରେ ବ୍ଲକ ସ୍ତରୀୟ ଶକ୍ତି କ୍ଲବ ପ୍ରକଳ୍ପ ପ୍ରଦର୍ଶନୀ”
Comments are closed.