
ଧର୍ମଗଡ଼(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): ଧର୍ମଗଡ଼ ଥାନା ଅଏଁଲାଯୋର ଗ୍ରାମର ନିଖୋଜ ଯୁବକଙ୍କ ଦୀର୍ଘଦିନ ପରେ ମୃତ ଦେହ ଠାବ ହୋଇଥିବା ଖବର ମିଳିଛି।ଆନ୍ଧ୍ରପ୍ରଦେଶ ବବଳୀ -ଜି ଆର ପି ପୋଲିସ ମୃତ ଦେହ ଠାବ କରିଥିବା ନେଇ ଧର୍ମଗଡ଼ ପୋଲିସ ସୂଚନା ଦେଇଛି।ସେଠାକାର ପୋଲିସ ମୃତ ଯୁବକର ଏକ ଫଟୋ ଧର୍ମଗଡ଼ ଥାନାକୁ ପ୍ରେରିତ କରିଥିବା ବେଳେ ନିଖୋଜ ଯୁବକକୁ ଚିହ୍ନଟ କରିବାକୁ ଧର୍ମଗଡ଼ ପୋଲିସ ପରିବାରକୁ ଡାକି ଚିହ୍ନଟ କରିଛି।ସୂଚନା ଯେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଅଁଏଲାଜୋର ଗ୍ରାମର ଜଣେ ଯୁବକ ନିଜ ଦୁଇ ସାଙ୍ଗ ସହ ଚେନ୍ନାଇକୁ ଦାଦନ ଖଟିବାକୁ ଯାଉଥିବା ବେଳେ ଆନ୍ଦ୍ରପ୍ରଦେଶର ବିଜୟ ନଗରମ ଠାରେ ନିଖୋଜ ହୋଇଥିବା ନେଇ ଧର୍ମଗଡ଼ ଥାନାରେ ଅଭିଯୋଗ ହୋଇଥିଲା । ନିଖୋଜ ଦାଦନ ଶ୍ରମିକ ଜଣକ ହେତୁରମ୍ ଜୁଏଡ (୩୨) ପିତା- ଅଖିଳ ଯୁଏଡ୍ ବୋଲି ଜଣାପଡିଛି । ଅଭିଯୋଗ ମତେ ହେତୁରାମ ଗତ ୧୩/ ୬ ଶୁକ୍ରବାର ଦିନ ବଡ ଘୁମର ଗ୍ରାମର ନିରଞ୍ଜନ ଗୋପାଳ ଓ ଥବିର ଗୋପାଳ ସହ ମିଶି ଦାଦନ ଖଟିବାକୁ ଚେନ୍ନାଇ ଅଭିମୁଖେ ବାହାରିଥିଲେ । ରାତି ୧/୩୦ଘଣ୍ଟା ସମୟରେ କେସିଙ୍ଗା ଷ୍ଟେସନ ଠାରୁ ଟାଟା ଏଲ୍ ପି ଧାନବାଦ ଏକ୍ସପ୍ରେସ ଯୋଗେ ଯାତ୍ରା କରୁଥିଲେ ।କିନ୍ତୁ ସକାଳ ୭ ଘଣ୍ଟା ୩୦ ମିନିଟ ସମୟରେ ଆନ୍ଦ୍ରପ୍ରଦେଶର ବିଜୟ ନଗରମ ଷ୍ଟେସନ ଠାରେ ହେତୁରାମ୍ କୁ ଟ୍ରେନ ରେ ନ ଦେଖି ନିଜ ଦୁଇ ସାଙ୍ଗ ଖୋଜା ଖୋଜି କରି ବାରମ୍ବାର ଫୋନ୍ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳି ନ ଥିଲା ।ଯାହା ଫଳରେ ଉକ୍ତ ଦୁଇ ଯୁବକ ନିଜ ଗାଁ କୁ ଫେରି ପରିବାର ଲୋକଙ୍କୁ ଜଣାଇ ଥିଲେ । ଏ ନେଇ ଗତ ତା୧୬/୬ ରିଖ ଦିନ ପୁଅ ନିଖୋଜ ଥିବା ନେଇ ଧର୍ମଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ ।ହେଲେ ମୃତ ହେତୁରାମ ଜୁଏଡ଼ ଙ୍କ ମୃତ ଦେହ ଆନ୍ଦ୍ରପ୍ରଦେଶ ବବଳୀ ଜି ଆର ପି ପୋଲିସ ଠାବ କରିଥିବା ସୂଚନା ମିଳିଛି।ଅନ୍ୟପଟେ ଏହା ଏକ ସୁକଳ୍ପିତ ହତ୍ୟା ହୋଇଥିବା ପରିବାର ପକ୍ଷରେ କୁହାଯାଇଛି।ଏହି ହତ୍ୟାକାଣ୍ଡ ପଛରେ ନିରଞ୍ଜନ ଗୋପାଳ ଓ ଥବିର ଗୋପାଳ ଥିବା ସନ୍ଦେହ କରିଛନ୍ତି ପରିବାର।ସବୁଠି ଦୁଃଖ କଥା-ଅତି ଗରିବ ଶ୍ରେଣୀର ହୋଇଥିବା ଯୋଗୁଁ ଶବ ଆଣିବାକୁ ସମର୍ଥ ଜୁଟାଇ ପାରି ନାହାନ୍ତି।ଗୁରୁବାର ଧର୍ମଗଡ଼ ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇ ଶବ ଗାଁ କୁ ଆଣିବା ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି। ଜିଲ୍ଲାପାଳ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହ ଆଲୋଚନା କରି ସରକାରଙ୍କ ନିୟମାନୁଯାୟୀ ଆର୍ଥିକ ସହାୟତା ଯୋଗାଇବ ସହ ଗାଁକୁ ଶବ ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଅନ୍ୟପକ୍ଷେ ଏହାର ତଦନ୍ତ କରି ସମ୍ପୃକ୍ତ୨ଜଣ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧର୍ମଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କୁ ପରିବାର ଜଣାଇଥିବା ସୂଚନା ମିଳିଛି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
13 thoughts on “ନିଖୋଜ ଯୁବକର ମୃତ ଦେହ ଠାବ- ଶବ ଆଣିବାକୁ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ପରିବାର।”
Comments are closed.