
ଧର୍ମଗଡ଼ (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): ଧର୍ମଗଡ଼ ବ୍ଲକର ଟିପିଗୁଡ଼ା ପଞ୍ଚାୟତ କାର୍ଯ୍ୟାଳୟରେ ମହିଳା ସଚେତନତା ବୃଦ୍ଧି ନିମନ୍ତେ ଭାରତୀୟ ଆଦିମ ଜାତି ସେବା ସଙ୍ଘ ଏବଂ କଳାହାଣ୍ଡି ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟର ମିଳିତ ତତ୍ତ୍ୱାବଧାନରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଟିପିଗୁଡ଼ା ପଞ୍ଚାୟତର ସରପଞ୍ଚ ହାତୀରାମ ଦୁର୍ଗା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଅଙ୍ଗନବାଡ଼ି କ୍ଷେତ୍ର ପରିଦର୍ଶିକା ବୈଜନ୍ତୀ ମହାରଥା, ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟର ମୋହନ ନାଏକ, ଧର୍ମଗଡ଼ ଶକ୍ତି ସଦନ ଗୃହର ପରିଚାଳିକା ସସ୍ମିତା ପାତ୍ର, କଳାହାଣ୍ଡି ଜିଲ୍ଲା ଓରମାସର ହିସାବ ରକ୍ଷକ ପୀୟୂଷ ଶତପଥୀ ଏବଂ ଟିପିଗୁଡ଼ା ସମିତି ସଭ୍ୟା ଲତିକା ବାଗଙ୍କ ପ୍ରତିନିଧି ଚନ୍ଦ୍ର ବାଗ ମଞ୍ଚାସୀନ ଥିଲେ। ଅତିଥିମାନେ ମହିଳାମାନଙ୍କୁ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି, ଆତ୍ମନିର୍ଭରଶୀଳତା, ସ୍ୱାସ୍ଥ୍ୟ ଯତ୍ନ, ନିର୍ଯାତନା ଓ ବାଲ୍ୟ ବିବାହରୁ ମୁକ୍ତି ଏବଂ ସରକାରୀ ଯୋଜନାରେ ମହିଳାଙ୍କ ପାଇଁ ଉପଲବ୍ଧ ସୁବିଧା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି ସଭାରେ ଟିପିଗୁଡ଼ା ପଞ୍ଚାୟତର ସିଆରପି, ଏମବିକେ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ଏବଂ ଗ୍ରାମର ଯୁବତୀମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ଶେଷରେ ଧର୍ମଗଡ଼ ଶକ୍ତି ସଦନ ଗୃହ କାର୍ଯ୍ୟାଳୟର ଦେବରାଜ ମହାନନ୍ଦ ଧନ୍ୟବାଦ ପ୍ରଦାନ କରିଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
13 thoughts on “ଧର୍ମଗଡ଼ ବ୍ଲକ ଟିପିଗୁଡ଼ାରେ ନାରୀ ସଚେତନତା କାର୍ଯ୍ୟକ୍ରମ”
Comments are closed.