
ଧର୍ମଗଡ (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): ଧର୍ମଗଡ ମହିଳା ମହାବିଦ୍ୟାଳୟ (+୨)ର ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟମ୍ବଦା ଚାନ୍ଦ ନିଜ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଛନ୍ତି। ୧୯୯୨ ମସିହାରେ ମହାବିଦ୍ୟାଳୟ ସ୍ଥାପନ ହେବା ଦିନଠାରୁ ଦୀର୍ଘ ୩୩ ବର୍ଷ ଧରି ସେ ଅଧ୍ୟକ୍ଷା ଭାବେ ନିଷ୍ଠାର ସହ ଦାୟିତ୍ୱ ନିର୍ବାହ କରିଥିଲେ। ଏହି ଉପଲକ୍ଷେ ମହାବିଦ୍ୟାଳୟ ପରିସରରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ବରିଷ୍ଠ ଅଧ୍ୟାପିକା ସବିତା ପାଇକରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପୂର୍ବତନ ଅଧ୍ୟାପିକା ସୁମିତା ମିଶ୍ର, +୩ ଅଧ୍ୟକ୍ଷା ମୂର୍ତ୍ତି ମଞ୍ଜରୀ ପଣ୍ଡା, ଅଧ୍ୟାପିକା ମମତା ତ୍ରିପାଠୀ, ସୁଜାତା ମହାନ୍ତି, ଜୟନ୍ତୀ ମୁଦୁଲି ଏବଂ ବିଦାୟୀ ଅଧ୍ୟକ୍ଷା ଶ୍ରୀମତୀ ଚାନ୍ଦ ମଞ୍ଚାସୀନ ଥିଲେ। ସଂଜୀବ ମୁଣ୍ଡ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ବଙ୍କିମ ମୁଣ୍ଡ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଶ୍ରୀମତୀ ଚାନ୍ଦ ଜଣେ କୁଶଳୀ ପ୍ରଶାସକ ଏବଂ ଛାତ୍ରୀବତ୍ସଳ ଶିକ୍ଷୟିତ୍ରୀ ଭାବେ ସୁପରିଚିତ ଥିଲେ। କାର୍ଯ୍ୟକ୍ରମରେ +୨ ଓ +୩ ବିଭାଗର ସମସ୍ତ ଅଧ୍ୟାପକ, ଅଧ୍୷ୟାପିକା, କର୍ମଚାରୀ ଏବଂ ଛାତ୍ରୀମାନେ ଉପସ୍ଥିତ ଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
13 thoughts on “ଧର୍ମଗଡ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରିୟମ୍ବଦା ଚାନ୍ଦଙ୍କ ଅବସର ଗ୍ରହଣ”
Comments are closed.