
ଖଣ୍ଡପଡ଼ା (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ବ୍ଲକର କୋସକା ପଞ୍ଚାୟତ ଅଧିନ ରାମଚନ୍ଦ୍ରପୁର ଗ୍ରାମସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରଟି ଗତ ୩ ବର୍ଷ ଧରି ଅଧପନ୍ତରିଆ ଅବସ୍ଥାରେ ପଡିରହିଛି। ଫଳରେ ଉକ୍ତ କେନ୍ଦ୍ର ଅଧିନରେ ପାଠ ପଢ଼ୁଥିବା କୋମଳମତି ପିଲାମାନେ ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟର ବାରଣ୍ଡାରେ ବସି ପାଠ ପଢ଼ୁଥିବା ଜଣାପଡିଛି।କିବା ଖରା ,ବର୍ଷା ଓ ଶୀତଦିନେ ପିଲାମାନେ ବିଦ୍ୟାଳୟ ବାରଣ୍ଡାରେ ଖୋଲାମେଲାରେ ବସି ପାଠ ପଢୁଥିବାରୁ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକାଶଥାଉକି ଖଣ୍ଡପଡ଼ା ବ୍ଳକ ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଜନୈକ ଠିକାଦାରଙ୍କ ଦ୍ଵାରା ଏହି ଅଙ୍ଗନୱାଡି କେନ୍ଦ୍ରର ନୂତନ ଗୃହ ନିର୍ମାଣ କାର୍ଯ୍ଯ ଆରମ୍ଭ ହୋଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ପ୍ରଶାସନିକ ସ୍ଥାଣୁତା ଯୋଗୁଁ ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ କାର୍ଯ୍ଯ ଅଧାରେ ଅଟକିଥିବାରୁ ରାମଚନ୍ଦ୍ରପୁର ଗ୍ରାମବାସୀଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଅଙ୍ଗନୱାଡି କେନ୍ଦ୍ରର ଗୃହ ନିର୍ମାଣ କାର୍ଯ୍ଯ ଶେଷ ନିମନ୍ତେ ଖଣ୍ଡପଡ଼ା ବ୍ଲକ ଉନ୍ନୟନ ଅଧିକାରୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଦୃଷ୍ଟି ଦେବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
13 thoughts on “ଅଧପନ୍ତରିଆ ଅବସ୍ଥାରେ ରାମଚନ୍ଦ୍ରପୁର ଅଙ୍ଗନବାଡି କେନ୍ଦ୍ର ପ୍ରଶାସନର ଦୃଷ୍ଟି ପଡୁ”
Comments are closed.