ଧର୍ମଗଡ଼ ( ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଗୋଲାମୁଣ୍ଡା ଠାରେ ବିଜୁ ଏକ୍ସପ୍ରେସ ଫୋର୍-ୱେ ରାସ୍ତାରେ ଏକ ବାଇକ୍ ଓ ପିକଅପ୍ ଭେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବାଇକ୍ରେ ଥିବା ତିନି ଜଣ ବ୍ୟକ୍ତି ଛିଟିକି ପଡ଼ି ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଓ ଗୋଲାମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଗୋଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପୋଲିସ ପିକଅପ୍ ଭେନ୍ (ଓଡ଼ି ୧୭ଏଇ ୧୬୨୬) ଜବତ କରି ଚାଳକକୁ ଅଟକ ରଖିଛି। ଆହତମାନଙ୍କ ମଧ୍ୟରୁ ଜଣେ ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ବାଇକ୍ରେ ଥିବା ତିନି ଜଣ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ କୋକପଦର ଗ୍ରାମର ବାସିନ୍ଦା। ଦୁର୍ଘଟଣା ସମୟରେ ପିକଅପ୍ ଭେନ୍ ଜଗଦଲପୁରରୁ ବରଗଡ଼ ଜିଲ୍ଲାର ପାଇକମାଳ ଅଭିମୁଖେ ଯାଉଥିବା ବେଳେ ବାଇକ୍ (ସିଜି ୦୪ କେଜେଡ ୨୭୯୦, ଟିଭିଏସ ସ୍ପୋର୍ଟସ) ସିନାପାଲିରୁ ଗୋଲାମୁଣ୍ଡା ଆସୁଥିଲା। ପିକଅପ୍ ଭେନ୍ ଚାଳକ ରାଜେଶ ଗଣ୍ଡ (୧୯), ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅନ୍ତର୍ଗତ ନରସିଂହପଡ଼ା ଗ୍ରାମର ବାସିନ୍ଦା ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
13 thoughts on “ବିଜୁ ଏକ୍ସପ୍ରେସ ଫୋର୍ ୱେ ଗୋଲାମୁଣ୍ଡା ଠାରେ ବାଇକ୍ ଓ ପିକପ୍ ଭେନ ମୁହାଁମୁହିଁ ଧକ୍କା।”
Comments are closed.