
ଧର୍ମଗଡ଼ ( ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବ୍ରାହ୍ମଣ ଛେଣ୍ଡିଆ ପଞ୍ଚାୟତ ଚିଲିଚିଲା ଗାଁ କୁ ଧର୍ମଗଡ ବିଡ଼ିଓ ସଦାଶିବ ନାୟକ ପରିଦର୍ଶନ କରିଥିଲେ। ତାଙ୍କ ପରିଦର୍ଶନ ସମୟରେ ଗ୍ରାମର ସାମାଜିକ କର୍ମି ଢଗ ନାଏକ, ସତ୍ୟବାନ ନାୟକ, ସବ୍ୟସଚୀ ସାଗର, ଶିଶୁଦେବ ମୁଣ୍ଡ, କ୍ଷୀରସିନ୍ଧୁ ନାଏକ, ଗଜିନ୍ଦ୍ର ମୁଣ୍ଡ, ସୁଶୀଲ ଠାକୁର,ଲଳିତ ପୋଡ଼, ପିତାମ୍ବର ପୋଡ଼,ବାଳ ଗୋପାଳ ସାଗର,ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ରହି ଗ୍ରାମରେ ଥିବା ରାସ୍ତା ସମସ୍ୟା ବୁଲି ଦେଖିବା ସହ ବିଭିନ୍ନ ସ୍ଥାନରେ ଡ୍ରେନେଜ ନିର୍ମାଣ,ସ୍ମୃତି ଭାବରେ ଥିବା ପୁରୁଣା ସ୍କୁଲ ଗୃହ କୁ ମରାମତି କରି ଲାଇବ୍ରେରୀ ଓ ମିଟିଙ୍ଗ ହଲ ନିର୍ମାଣ,ସ୍କୁଲ ପରିସରରେ ବିପଦ ସଂକୁଳ ଅବସ୍ଥାରେ ଥିବା ସ୍କୁଲ ଗୃହ ଓ ଅଙ୍ଗନବାଡି କେନ୍ଦ୍ର କୁ ଭାଙ୍ଗି ଖେଳ ପଡିଆ ପ୍ରସ୍ତୁତ ,ସକ୍ଷମ ଅଙ୍ଗନବାଡି କେନ୍ଦ୍ର ରେ ପାନୀୟ ଜଳ ଓ ବିଦ୍ୟୁତ ସଂଯୋଗୀକରଣ ର ବ୍ୟବସ୍ଥା, ସକ୍ଷମ ଅଙ୍ଗନବାଡି ୨ ରେ ରାସ୍ତା ନିର୍ମାଣ ଭଳି ବିଭିନ୍ନ ଦାବୀ ହୋଇଥିଲା।ବିଡ଼ିଓ କିଛି ସମସ୍ୟା ର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ନିର୍ଦେଶ ଦେଇଥିଲେ। ତାଙ୍କ ସହିତ ସହାୟକ ଯନ୍ତ୍ରୀ କରୁଣାକର ମୁର୍ମୁ ଉପସ୍ଥିତ ଥିଲେ
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
13 thoughts on “ଚିଲିଚିଲା ଗାଁ ପରିଦର୍ଶନ କଲେ ଧର୍ମଗଡ ବିଡ଼ିଓ ଶୁଣିଲେ ବିଭିନ୍ନ ସମସ୍ୟା ର ଅଭିଯୋଗ ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ”
Comments are closed.