
ଧର୍ମଗଡ଼ (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବେହେରା ଗ୍ରାମରେ ରହୁଥିବା ଜଗ ପରାଭୋଏଙ୍କ ପରିବାରରେ ଥିଲେ ତାଙ୍କ ସ୍ତ୍ରୀ ଓ ଦୁଇ ଝିଅ, ମମିତା ଓ ଯଶୋବନ୍ତୀ। କୂଲି ମଜୁରୀ କରି ଜଗ ଅକ୍ଳାନ୍ତ ପରିଶ୍ରମ ଦ୍ୱାରା ପରିବାରର ଭରଣପୋଷଣ କରୁଥିଲେ। କିନ୍ତୁ ଆଠ ମାସ ତଳେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ତାଙ୍କୁ ମାନସିକ ଭାବେ ବିଚଳିତ କରିଦେଲା। এହା ପରେ ଜଗ ନିଜେ କିଡନୀ ରୋଗ ଓ ରକ୍ତହୀନତାରେ ପୀଡ଼ିତ ହୋଇ ପ୍ରାଣ ହରାଇଲେ।ପିତାମାତାଙ୍କୁ ହରାଇ ଦୁଇ ଭଉଣୀ, ମମିତା ଓ ଯଶୋବନ୍ତୀ, ଏବେ ସମ୍ପୂର୍ଣ୍ଣ ବେସାହାରା। ବଡ଼ ଭଉଣୀ ମମିତା କୌଣସି କାର୍ଯ୍ୟରେ ନିୟୋଜିତ ନଥିବା ବେଳେ, ସାନ ଭଉଣୀ ଯଶୋବନ୍ତୀ ମାଟ୍ରିକ ପାସ କରି ଉଚ୍ଚଶିକ୍ଷା ଜାରି ରଖିବାକୁ ଚେଷ୍ଟା କରୁଛନ୍ତି। ଏଭଳି ଦୁଃଖଦ ପରିସ୍ଥିତିରେ ଜୀବନ ନିର୍ବାହ କରୁଥିବା ଏହି ଦୁଇ ଭଉଣୀଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ଜିଲ୍ଲା ପ୍ରଶାସନ ତଥା ସହୃଦୟ ବ୍ୟକ୍ତିମାନଙ୍କୁ ଅନୁରୋଧ କରାଯାଉଛି। ଏହି ସଙ୍କଟ ମୁହୂର୍ତ୍ତରେ ସମାଜର ସମସ୍ତ ବର୍ଗର ସହଯୋଗ ଏହି ଦୁଇ ନାବାଳିକାଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିପାରିବ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
13 thoughts on “ପିତାମାତାଙ୍କ ମୃତ୍ୟୁ ପରେ ବେସାହାରା ହେଲେ ଦୁଇ ଭଉଣୀ”
Comments are closed.