ଖଣ୍ଡପଡା (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡା ବ୍ଳକ ଅଧିନ ଖଳିସାହି ଗ୍ରାମର ମୁଖ୍ଯ ବଜାର ଓ ଗଳିକନ୍ଦିରେ ଦିର୍ଘ ବର୍ଷ ଧରି ନିଶାଦ୍ରବ୍ଯର ଅବାଧ କାରବାର ଚାଲିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଖଣ୍ଡପଡ଼ା ଅବକାରୀ ଓ ପୁଲିସ ବିଭାଗ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତାର ସୁଯୋଗ ନେଇ ଖଳିସାହି ଗ୍ରାମର ପାନ ଦୋକାନ, ଜଳଖିଆ ଦୋକାନ,ତେଜରାତି ଦୋକାନରେ ଦେଶୀ, ବିଦେଶୀ ମଦ ସାଙ୍ଗକୁ ଭାଙ୍ଗ, ଗଞ୍ଜେଇ ଓ ଧଳାଜହର ପରି ମାଦକଦ୍ରବ୍ୟର ଅବାଧ ବିକ୍ରୀବଟା ହେଉଥିବା ଜଣାପଡିଛି।ସେହିପରି ଗଣେଷ ବଜାର ,ନେଳିଆ ଛକ ସମେତ ଓୌଷଧ ଦୋକାନ ଓ ଖଳିସାହି-ସିଂହାପଡା ରାସ୍ତାରେ କଫ ସିରପ(କୋରେସ୍କ)ର କାରବାର ନିର୍ବିଘ୍ନରେ ଚାଲିଥିବା ସ୍ଥାନୀୟ ବାସିନ୍ଦାଙ୍କ ସୁତ୍ରରୁ ଜଣାପଡିଛି।ନିଶାଦ୍ରବ୍ୟର ଅବାଧ କାରବାର ନେଇ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରି ଆସୁଥିବା ବେଳେ ନିଶାଖୋରଙ୍କ ଯୋଗୁଁ ବିଭିନ୍ନ ସମୟରେ ସ୍ଥାନୀୟ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜୁଥିବାରୁ ଗ୍ରାମର ଶାନ୍ତ ପରିବେଶ ସମୟାନୁକ୍ରମେ ଅଶାନ୍ତ ଆଡକୁ ଗତି କରୁଥିବା ଜଣାପଡିଛି। ନିଶାଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ପ୍ରତିବର୍ଷ ୪ରୁ ୫ଜଣ ବ୍ୟକ୍ତି ଦୁର୍ଘଟଣା/ଅଘଟଣ ଘଟି ଅକାଳରେ ମୃତ୍ୟୁବରଣ କରୁଥିବାର ନଜିର ରହିଛି। ନିଶାଦ୍ରବ୍ୟର ବିକ୍ରୀବଟା ଉପରେ ରୋକ ଲଗାଇବା ଦିଗରେ ପୋଲିସ ପ୍ରଶାସନ ନତୁବା ଅବକାରୀ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଆଦୌ ଧ୍ୟାନ ଦେଉନଥିବାରୁ ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ଖୁଲମଖୁଲା ଭାବେ ନିଶାଦ୍ରବ୍ୟର କାରବାର ଚଳାଇଥିବା ଜଣାପଡିଛି। ପୋଲିସ ଓ କେନ୍ଦ୍ରୀୟ ଅବକାରୀ ବିଭାଗ ଗୁଇନ୍ଦା ଟିମ ଖଳିସାହି ଗ୍ରାମରେ ଚାଲିଥିବା ନିଶାଦ୍ରବ୍ୟର ଅବାଧ କାରବାର ଉପରେ ରୋକ ଲଗାଇବା ନିମନ୍ତେ ଦୃଷ୍ଟି ଦେବାକୁ ବୁଦ୍ଧିଜୀବି ମହଲରୁ ଦାବି ହେଉଛି।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
13 thoughts on “ଖଳିସାହିରେ ନିଶାଦ୍ରବ୍ୟର ଅବାଧ କାରବାରକୁ ନେଇ ଅସନ୍ତୋଷ”
Comments are closed.