
ଖଣ୍ଡପଡ଼ା ( ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଗ୍ରାମାଞ୍ଚଳରେ ଶିକ୍ଷାର ପ୍ରସାର ପାଇଁ ୧୯୬୨ ରେ ଖଣ୍ଡପଡା ବ୍ଲକ ଅଧୀନ କୁମ୍ଭାରପଡା ଗ୍ରାମରେ ସ୍ଥାନୀୟ ଅଞ୍ଚଳର ସମାଜସେବୀ ସ୍ଵର୍ଗତ ରାମଚନ୍ଦ୍ର ପଣ୍ଡା ଙ୍କ ପ୍ରଚେଷ୍ଟାକ୍ରମେ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯାଇଥିଲା । ପ୍ରତିଷ୍ଠାତାଙ୍କ ନାମ ଅନୁସାରେ କୁମ୍ଭାରପଡା ରାମଚନ୍ଦ୍ର ମଧ୍ୟ ଇଂରାଜୀ ବିଦ୍ୟାଳୟ ରୂପେ ନାମିତ କରାଯାଇଥିଲା। ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିଦ୍ୟାଳୟ ପରିସରରେ ପ୍ରତିଷ୍ଠାତାଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ଏବେ ଏହି ପ୍ରତିମୂର୍ତ୍ତିଟି ଅବହେଳିତ ଅବସ୍ଥାରେ ରହିଛି । ପ୍ରତିମୂର୍ତ୍ତି ର ବିଭିନ୍ନସ୍ଥାନ ଭାଙ୍ଗିରୁଜି ଯାଇଥିଲେ ହେଁ ଏହାର ମରାମତି ଓ ରକ୍ଷଣାବେକ୍ଷଣ ପ୍ରତି ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପଞ୍ଚାୟତ କର୍ତ୍ତୃପକ୍ଷ ଧ୍ୟାନ ନଦେବା ପରିତାପର ବିଷୟ । ଉକ୍ତ ବିଦ୍ୟାଳୟରେ ଅନେକ କିଛି ବିକାଶମୂଳକ କାର୍ଯ୍ୟ କରାଯାଇଛି। ମାତ୍ର ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଆନ୍ତରିକତା ଅଭାବରୁ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତିଟି ପୂର୍ବପରି ଅବହେଳିତ ଅବସ୍ଥାରେ ପଡ଼ିରହିଥିବା ଅଭିଯୋଗ ହୋଇଛି। ଏଥିପ୍ରତି ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପଞ୍ଚାୟତ କର୍ତ୍ତୃପକ୍ଷ ଧ୍ୟାନଦେବାକୁ କୁମ୍ଭାରପଡା ଗ୍ରାମବାସୀ ଦାବି କରିଛନ୍ତି।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
13 thoughts on “ବିଦ୍ୟାଳୟ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅବହେଳିତ”
Comments are closed.