
ଖଣ୍ଡପଡ଼ା (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ତହସିଲସ୍ତରୀୟ ୭୯ ତମ ସ୍ଵାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଭାରପ୍ରାପ୍ତ ତହସିଲଦାର ରାଜାରାମ ଛତ୍ରିଆଙ୍କ ପୌରୋହିତ୍ୟରେ ଖଣ୍ଡପଡ଼ା ତହସିଲ କାର୍ଯ୍ଯାଳୟ ପରିସରରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି।ଖଣ୍ଡପଡ଼ା ସହରର ମାନ୍ଯଗଣ୍ଯ ବ୍ଯକ୍ତିବିଶେଷ, ବିଭିନ୍ନ ଅନୁଷ୍ଠାନର କ୍ରୀଡା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସମେତ ଏନଏସି କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ରହି ନିଜ ନିଜର ମତାମତ ପ୍ରଦାନ କରିଥିଲେ ।ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପରିସରରେ ତହସିଲସ୍ତରୀୟ ସ୍ବାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ଷ୍ଟାଡିୟମ ପରିସରକୁ ସଫା କରିବାର ଦାୟିତ୍ବ ଖଣ୍ଡପଡ଼ା ଏନଏସି କର୍ତ୍ତୃପକ୍ଷଙ୍କ ଉପରେ ନ୍ୟସ୍ତ କରାଯାଇଥିଲା। ସେହିପରି ଶିକ୍ଷାନୁଷ୍ଠାନ ଗୁଡିକରେ ଏ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆ ଯାଇଥିଲା।ସ୍ବାଧୀନତା ଦିବସ ଦିନ ପ୍ରାତଃ ସମୟରେ ରାମଧୂନ ପରିବେଷଣ ସହ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଅଭ୍ୟାସ ପ୍ୟାରେଡ ଆୟୋଜନ କରିବା ପାଇଁ କ୍ରୀଡା ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ପରାମର୍ଶ ଦିଆ ଯାଇଥିଲା।ସେହିପରି ମଧୁବନ ମିନି ଷ୍ଟାଡିୟମ ପରିସରରେ ଜାତୀୟ ପତାକା ଉତ୍ତୋଳନ ସହ ସମ୍ମିଳିତ ପ୍ୟାରେଡରେ ଖଣ୍ଡପଡ଼ା ସହରର ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଯେପରି ଅଂଶ ଗ୍ରହଣ କରିବେ ସେଥିପ୍ରତି ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଦୃଷ୍ଟି ଦେବାକୁ ନିଷ୍ପତ୍ତି ନିଆଯାଇଥିଲା।ଖଣ୍ଡପଡ଼ା ତହସିଲସ୍ତରୀୟ ସ୍ବାଧୀନତା ଦିବସ କିପରି ସୁଚାରୁ ରୁପେ ପାଳନ କରାଯିବ ଏଥି ନିମନ୍ତେ ସମସ୍ତେ ସକ୍ରୀୟ ସହଯୋଗ କରିବାକୁ ତହସିଲ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
13 thoughts on “ଖଣ୍ଡପଡ଼ାରେ ସ୍ଵାଧୀନତା ଦିବସ ପ୍ରସ୍ତୁତି ବୈଠକ”
Comments are closed.