
ଖଣ୍ଡପଡ଼ା (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ସହରାଞ୍ଚଳ ଅଧିନ ୫ ନଂ ୱାର୍ଡ଼ରେ ନିର୍ମାଣଧୀନ ମୁକ୍ତାକାଶ ବ୍ୟାୟମଶାଳା ନିର୍ମାଣ କାର୍ଯ୍ଯ ଅଧାରେ ଅଟକିଥିବା ନଜରକୁ ଆସୁଛି। ଫଳରେ ସ୍ଥାନୀୟ ୱାର୍ଡ ବାସିନ୍ଦା ଦୈନିକ ଶାରୀରିକ ବ୍ୟାୟାମ କରିବାରୁ ବଞ୍ଚିତ ହେଉଥିବା ଜଣାପଡିଛି ।ଖଣ୍ଡପଡ଼ା ଏନଏସି କର୍ତ୍ତୃପକ୍ଷଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ୨ ବର୍ଷ ତଳେ ୫ ନଂ ୱାର୍ଡର ମଧ୍ଯଭାଗରେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ମାତ୍ର ଏହି କାର୍ଯ୍ୟ ଏବେ ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି।ପ୍ରଶାସନ ସୁତ୍ରରୁ ମିଳିଥିବା ସୂଚନାନୁଯାୟୀ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ଯ ଗତ ୨ ବର୍ଷ ତଳେ ଆରମ୍ଭ ହୋଇଥିଲା। ମାତ୍ର ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ଯ ଅଦ୍ୟାବଧି ଶେଷ ହୋଇପାରିନାହିଁ। ଖଣ୍ଡପଡ଼ା ଏନଏସି କାର୍ଯ୍ଯନିର୍ବାହୀ ଅଧିକାରୀ ଓ ଏନଏସି ଅଧ୍ୟକ୍ଷା ଏଥିପ୍ରତି ଦୃଷ୍ଟି ଦେବାକୁ ୫ ନଂ ଓ୍ବାର୍ଡବାସୀ ଦାବି କରିଛନ୍ତି।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
12 thoughts on “ଅଧାରେ ଅଟକିଛି ମୁକ୍ତାକାଶ ବ୍ୟାୟମଶାଳା”
Comments are closed.