
ଖଣ୍ଡପଡ଼ା (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଦାରିଦ୍ର୍ୟର ସୀମାରେଖା ତଳେ ବାସ କରୁଥିବା ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ (ଗ୍ରାମୀଣ) ଯୋଜନାରେ କେନ୍ଦ୍ର ସରକାର ବାସଗୃହ ଯୋଗାଇଦେଉଥିବା ବେଳେ ପଂଚାୟତସ୍ତରରେ ଦଳୀୟ ହୀନ ରାଜନୀତି ଯୋଗୁଁ ଏହି ଯୋଜନାର ସଫଳ ରୁପାୟନ ହୋଇପାରୁ ନାହିଁ। ଫଳରେ ଆବାସ ଯୋଜନାରୁ ବଞ୍ଚିତ ଜନସାଧାରଣଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ରୟତ ଢୋଲମରା ପଂଚାୟତ ଅଧିନ କୃଷ୍ଣଚନ୍ଦ୍ରପୁର ଗ୍ରାମର ଗରିବ ବ୍ୟକ୍ତି ଉପେନ୍ଦ୍ରନାଥ ସାହୁଙ୍କ କ୍ଷେତ୍ରରେ। ଝାଟିମାଟି,ଚାଳ ଛପର ଓ ପଲିଥିନ୍ ପକାଯାଇଥିବା ଏକ ନୂଆଣିଆଁ ବାସଗୃହରେ ଉପେନ୍ଦ୍ରନାଥଙ୍କ ପରିବାରବର୍ଗ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ଏଭଳି ସ୍ଥିତିରେ ରହୁଥିବା ଗରିବ ଲୋକଙ୍କୁ ଖଣ୍ଡପଡ଼ା ବ୍ଲକ ପ୍ରଶାସନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଟିଏ ପ୍ରଦାନ ନକରି ମାସ ପରେ ମାସ ଗଡାଇ ଚାଲିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ଆବାସ ଯୋଜନାରେ ବାସଗୃହ ଟିଏ ପାଇବା ପାଇଁ ସ୍ଥାନୀୟ ସରପଂଚଙ୍କ ଠାରୁ ଆରମ୍ଭ କରି ଖଣ୍ଡପଡ଼ା ବିଡିଓ ଓ ନୟାଗଡ ଜିଲ୍ଲାପାଳଙ୍କୁ ଉପେନ୍ଦ୍ରନାଥ ବହୁବାର ଭେଟି ଗୁହାରି କରି ନିରାଶ ହୋଇଥିବା ଜଣାଯାଇଛି।ଆବାସ ଯୋଜନାରେ ଗୃହ ପ୍ରଦାନ ନିମନ୍ତେ ଖଣ୍ଡପଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହିତାଧିକାରୀ ତାଲିକାରେ ଉପେନ୍ଦ୍ରନାଥଙ୍କ ନାମ ଜଣେ ଯୋଗ୍ଯ ହିତାଧିକାରୀ ଭାବେ ସ୍ଥାନ ପାଇଥିଲେ ହେଁ ରୟତ ଢୋଲମରା ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଅଣଦେଖା ଯୋଗୁଁ ଉପେନ୍ଦ୍ରନାଥ ଆବାସ ଯୋଜନାରେ ବାସଗୃହ ପାଇବାରୁ ବଞ୍ଚିତ ହୋଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି। ପ୍ରକାଶଥାଉକି ରୟତ ଢୋଲମରା ପଞ୍ଚାୟତ ଅଧିନ ବିଭିନ୍ନ ଗ୍ରାମରେ ଆର୍ଥିକ ସ୍ବଚ୍ଛଳ ବର୍ଗର ବ୍ୟକ୍ତିବିଶେଷଙ୍କୁ ଜାଲିଆତି କରି ଯୋଗ୍ଯ ବିବେଚିତ ବୋଲି ଦର୍ଶାଇ ଆବାସ ଯୋଜନାରେ ବାସଗୃହ ପ୍ରଦାନ କରାଯାଇଥିବା ବେଳେ ଭଙ୍ଗା କୁଡ଼ିଆ ଓ ଝାଟିମାଟି ଚାଳ ଛପର ଘରେ ବର୍ଷ ବର୍ଷ ଧରି ରହୁଥିବା ଲୋକମାନଙ୍କୁ ଆବାସ ଯୋଜନାରେ ବାସଗୃହ ପ୍ରଦାନ କରାନଯିବା ପରିତାପର ବିଷୟ ଅଟେ। ତେବେ ପ୍ରଶ୍ନ ଉଠେ କାହା ସ୍ବାର୍ଥରେ ସ୍ଥାନୀୟ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ସୁପାରିଶକ୍ରମେ ଆର୍ଥିକ ସ୍ବଚ୍ଛଳ ବର୍ଗର ଜନସାଧାରଣଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ (ଗ୍ରାମୀଣ) ଯୋଜନାରେ ବାସଗୃହ ଯୋଗାଇ ଦିଆଯାଇଛି ସେ ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ ସହ କାର୍ଯ୍ଯାନୁଷ୍ଠାନ ନିମନ୍ତେ ରାଜ୍ଯ ଦୁର୍ନୀତି ନିବାରଣ ବିଭାଗ କର୍ତ୍ତୃପକ୍ଷ, ନୟାଗଡ ଜିଲ୍ଲାପାଳ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ଅପରପକ୍ଷେ ପ୍ରଶାସନିକ ଅଧିକାରୀମାନେ ଗରିବ ଉପେନ୍ଦ୍ରନାଥଙ୍କ ପରିବାର ପ୍ରତି ସଦୟ ହେବାକୁ ଦାବି ହେଉଛି।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
13 thoughts on “ରୟତ ଢୋଲମରା ପଞ୍ଚାୟତରେ ଗରିବଙ୍କୁ ମିଳୁନି ଆବାସ ,ତଦନ୍ତ ଦାବି”
Comments are closed.