
ଧର୍ମଗଡ଼ (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଗୋଲାମୁଣ୍ଡା ବ୍ଲକ ଅଧୀନରେ ଥିବା କୁହୁରା ଗ୍ରାମ ପଞ୍ଚାୟତର କଣ୍ଟାମାଲ ଗାଁର ୱାର୍ଡ ନମ୍ବର ୧ ର ପ୍ରାୟ ଦୁଇ ହଜାର ବାସିନ୍ଦା ଦୀର୍ଘ ଦିନ ଧରି ପିଇବା ପାଣି ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହି ସମସ୍ୟାକୁ ନେଇ ଗ୍ରାମବାସୀ ଏକ ସପ୍ତାହ ପୂର୍ବେ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦଙ୍କୁ ଅଭିଯୋଗ କରିଥିଲେ। ଗରିବ ଓ ଅସହାୟଙ୍କ ସୁଖ-ଦୁଃଖରେ ସବୁବେଳେ ସାଙ୍ଗରେ ଠିଆ ହେଉଥିବା ବ୍ଳକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ତୁରନ୍ତ ପଦକ୍ଷେପ ନେଇ ବିଭାଗୀୟ ଯନ୍ତ୍ରୀ, ବିଡ଼ିଓ, ସିପିଡିଓ ଏବଂ ଜିଲ୍ଲାପାଳଙ୍କୁ ଏ ବିଷୟରେ ଅବଗତ କରାଇଥିଲେ। ରାଜ୍ୟ ସରକାରଙ୍କ ଯୋଜନାରେ ସାମିଲ କରାଯାଇ ପାଞ୍ଚ ଲକ୍ଷ ଟଙ୍କାର ଆର୍ଥିକ ବ୍ୟବସ୍ଥା କରାଯାଇ ପାଇପ୍ ଲାଇନ୍ କାମ ଆରମ୍ଭ ହୋଇଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପୂର୍ବରୁ ପାଇପ୍ ଜରିଆରେ ପାଣି ଯୋଗାଣ ହେଉଥିଲା, କିନ୍ତୁ ପୂର୍ତ୍ତ ବିଭାଗର ଠିକାଦାର ରାସ୍ତା ନିର୍ମାଣ ସମୟରେ ପାଇପ୍ ଭାଙ୍ଗି ଦେଇଥିଲେ, ଯାହା ଫଳରେ ଏହି ସମସ୍ୟା ଦେଖାଦେଇଥିଲା। ଶ୍ରୀ ମହାନନ୍ଦଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଓ ସରଳ ସହୃଦୟ ପଦକ୍ଷେପ ଯୋଗୁଁ ଗାଁଲୋକେ ଖୁସି ବ୍ୟକ୍ତ କରିଛନ୍ତି। ଏହା ସେମାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଛି, ଏବଂ ଖୁବ୍ ଶୀଘ୍ର ସେମାନେ ପୁଣି ନିରବଚ୍ଛିନ୍ନ ପାଣି ଯୋଗାଣ ପାଇବେ ବୋଲି ଆଶା ରଖିଛନ୍ତି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
13 thoughts on “କଣ୍ଟାମାଲ ଗାଁରେ ପାଣି ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ”
Comments are closed.