
ଖଣ୍ଡପଡ଼ା (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଗଡଜାତ ଖଣ୍ଡପଡ଼ାର ରାଜା, ବିଧାନସଭାର ପୂର୍ବତନ ଉପ ବାଚସ୍ପତି ତଥା ମନ୍ତ୍ରୀ ବିଭୂତିଭୂଷଣ ସିଂହ ମର୍ଦ୍ଦରାଜଙ୍କର ବୁଧବାର ରାତି ୧୨.୩୦ ମିନିଟ ସମୟରେ ଭୁବନେଶ୍ଵରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି।ଦିର୍ଘ ମାସ ଧରି ସେ ଅସୁସ୍ଥ ଥିଲେ।ତାଙ୍କ ବିୟୋଗରେ ସମଗ୍ର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ଗଭିର ଶୋକପ୍ରକାଶ ପାଇଛି। ସ୍ବର୍ଗତ ମର୍ଦ୍ଦରାଜଙ୍କ ବିୟୋଗରେ ବହୁ ତୁଙ୍ଗ ନେତା, ପଞ୍ଚାୟତ ଲୋକପ୍ରତିନିଧି ,ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକ ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଗତ ୨୦୨୪ ର ବିଧାୟିକା ପ୍ରାର୍ଥୀନି ବୈଜୟନ୍ତୀମାଳା ମହାନ୍ତି ,ନୟାଗଡ ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ, ସମାଜସେବୀ ସୂର୍ଯ୍ୟନାରାୟଣ ପ୍ରଧାନ,ଖଣ୍ଡପଡ଼ା ବ୍ଲକ ଅଧ୍ୟକ୍ଷା ଉପମା ବେହେରାଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ଯକ୍ତିବିଶେଷ ଓ ପ୍ରଶାସନିକ ଅଧିକାରୀମାନେ ଗଭିର ଦୁଃଖ ପ୍ରକାଶ କରିଛନ୍ତି। ସ୍ବର୍ଗତ ମର୍ଦ୍ଦରାଜ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରୁ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଜଣେ ବରିଷ୍ଠ କଂଗ୍ରେସ ନେତା ଭାବେ ଜଣାଶୁଣା ବିଭୂତିଭୂଷଣ ବିଧାନସଭାରେ ଉପ ବାଚସ୍ପତି ହେବାର ସୌଭାଗ୍ଯ ଲାଭ କରିବା ସହ ଜଣେ ଦକ୍ଷ ମନ୍ତ୍ରୀ ଭାବେ ସୁଚାରୁରୁପେ ଦାୟୀତ୍ବ ତୁଲାଇଥିଲେ।ତାଙ୍କ ମରଶରୀର ଆଜି ଅପରାହ୍ନ ୨ଟା ରେ ଖଣ୍ଡପଡ଼ାସ୍ଥିତ ରାଜବାଟି ପରିସରରେ ପହଞ୍ଚିବା ପରେ ଶହଶହ ଜନସାଧାରଣ ପ୍ରିୟ ନେତାଙ୍କ ଶେଷ ଦର୍ଶନ ନିମନ୍ତେ ରାଜବାଟୀ ପରିସରରେ ଭିଡ ଜମାଇଥିଲେ। ଆସନ୍ତାକାଲି ଶୁକ୍ରବାର ରାଜକୀୟ ମର୍ଯ୍ୟାଦା ସହ ସ୍ଥାନୀୟ ମା ଉମାଦେବୀଙ୍କ ଶ୍ମଶାନ ସ୍ଥଳରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଖଣ୍ଡପଡ଼ା ରାଜ ପରିବାର ପକ୍ଷରୁ ସୂଚନା ମିଳିଛି।ଭୁବନେଶ୍ବରରୁ ସ୍ବର୍ଗତ ମର୍ଦ୍ଦରାଜଙ୍କ ପାର୍ଥିବ ଶରୀର ସ୍ବର୍ଗରଥ ଯୋଗେ ଖଣ୍ଡପଡ଼ା ଆସିବା ବେଳେ କଳାପଥର ବଜାର, ଫତେଗଡ,ଭାପୁର ଓ ବାହାଡା ଛକରେ ବିଶିଷ୍ଟ ବ୍ୟକ୍ତି ବିଶେଷ,ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ମରଶରୀରରେ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
13 thoughts on “ଖଣ୍ଡପଡ଼ା ରାଜା ବିଭୂତିଭୂଷଣଙ୍କ ପରଲୋକ ”
Comments are closed.