
ଖଣ୍ଡପଡା (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ଅଞ୍ଚଳ ଦେଈ ପ୍ରବାହିତ କୁଆଁରିଆ ନଦୀର ଗର୍ଭ ସମୟାନୁକ୍ରମେ ପ୍ରଶସ୍ତ ହେବାରେ ଲାଗିଛି। ନଦୀର ପ୍ରଖର ସ୍ରୋତରେ ଏହାର ପଠା ଅତଡା ଖାଇ ନଷ୍ଟ ହେଉଥିବା ଜଣାପଡିଛି। ଫଳରେ କୁଆଁରିଆ ନଦୀ ତଟବର୍ତ୍ତୀ ଖଣ୍ଡପଡା ବ୍ଲକ ଅଧିନ ବଳଭଦ୍ରପ୍ରସାଦ, କୁମ୍ଭାରପଡା, ରୟତ ଢୋଲମରା, କୋସକା, କିଆଝର ଓ ଗଡିଆସାହି ପ୍ରଭୃତି ୬ଟି ପଞ୍ଚାୟତବାସୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। କୁଆଁରିଆ ନଦୀର ସ୍ରୋତ ଯୋଗୁଁ ଅଞ୍ଚଳବାସୀଙ୍କ ମୂଲ୍ୟବାନ ଜାଗା ଓ ଜମି ସମୟାନୁକ୍ରମେ ନଦୀ ଗର୍ଭରେ ଲୀନ ହେବାରେ ଲାଗିଛି। ସେହିପରି ପ୍ରତିବର୍ଷ ନଦୀର ଗତିପଥରେ ପରିବର୍ତ୍ତନ ଯୋଗୁଁ ଉପରୋକ୍ତ ପଞ୍ଚାୟତବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରତିବର୍ଷ ପ୍ରଳୟଙ୍କାରୀ ବନ୍ୟା ସମୟରେ ନଦୀ ପାର୍ଶ୍ଵସ୍ଥ ମାଳବନ୍ଧରୁ ପଥର ପ୍ୟାକିଂ ଗୁଡିକ ନଦୀଗର୍ଭରେ ଖସି ପଡୁଥିବା ଯୋଗୁଁ ମାଳବନ୍ଧ ଦୁର୍ବଳ ହେବାରେ ଲାଗିଛି। କୁଆଁରିଆ ମାଳବନ୍ଧର ଦୁର୍ବଳ ସ୍ଥାନ ଗୁଡିକୁ ଚିହ୍ନଟ କରି ପଥର ପ୍ୟାକିଂ କରିବା ନିମନ୍ତେ ଜଳସେଚନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଖଣ୍ଡପଡା ବ୍ଲକ ଅଧିନ କୋସକା-ଆଡକଟା ରାସ୍ତାର ଭଗ୍ନ କୁଆଁରିଆ ସେତୁ ନିକଟସ୍ଥ ନଦୀର ଉଭୟ ପାର୍ଶ୍ଵରେ ପଥର ପ୍ୟାକିଂ ନଷ୍ଟ ହୋଇଥିବା ଯୋଗୁଁ କାଳକ୍ରମେ ପଠା ଖାଇ ନଦୀ ଗର୍ଭ ଓସାରିଆ ହେଉଥିବା ଅଞ୍ଚଳବାସୀଙ୍କ ସୁତ୍ରରୁ ଜଣାପଡିଛି। ନଦୀର ଉଭୟ ପାର୍ଶ୍ଵର ବିଭିନ୍ନ ସ୍ଥାନରେ ପଥର ପ୍ୟାକିଂ ନିମନ୍ତେ କଣ୍ଟିଲୋ ଜଳସେଚନ ବିଭାଗ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଦାବି ହେଉଛି। ନୟାଗଡ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ କ୍ଷେତ୍ର ପରିଦର୍ଶନ କରି ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
12 thoughts on “କୁଆଁରିଆ ନଦୀ ପଠା ଖାଉଛି”
Comments are closed.