
କଲମପୁର (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ସହିଦ ରେଣ୍ଡୋ ମାଝି ଅମର ରହେ,ରେଣ୍ଡୋ ମାଝି ଡାକ ଦିଏ – ଲଢେଇ କରି ବଞ୍ଚି ହୁଏ, ଜଙ୍ଗଲ ପାହାଡ ସବୁ ଆମରଟା -ନାଇ ସେ କାହାର ବୁଆରଟା ଏଭଳି ଶ୍ଳୋଗାନ ଦେଇ ନଗର ପରିକ୍ରମା କରିଥିଲେ ଶତାଧିକ ମହିଳା ଓ ପୁରୁଷ, ଆଜି ଥିଲା ବିଶ୍ବ ଆଦିବାସୀ ଦିବସ, ଏହି ଦିବସକୁ ମହା ସମାରୋହରେ ପାଳନ କରିଥିଲେ କଲମପୁର ବ୍ଲକ ପଣ୍ଡିଗାଁ ପଞ୍ଚାୟତର ଆଦିବାସୀ ସଂଘ, ପଣ୍ଡିଗାଁ ବସ୍ତିପଡାରୁ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହିତ ପାରମ୍ପରିକ ବାଜାର ତାଳେ ତାଳେ ନାଚଗୀତ କରି ଆଦିବାସୀ ସଂଘ ନଗର ପରିକ୍ରମା କରିଥିଲେ, ଗାଁ ପରିକ୍ରମା ପରେ ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ ଯାଇ ଫେରି ଆସିଥିଲେ, ଗାଁର ସାମାଜିକ କର୍ମୀ ପ୍ରଶାନ୍ତ ମାଝିଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ଆୟୋଜିତ ହୋଇଥିବା ବେଳେ ସାମାଜିକ କର୍ମୀ ଶ୍ରୀ ମାଝି ଆଗାମୀ ଦିନରେ ବ୍ଲକ ସ୍ତରୀୟ ଏକ ବଡ ଧରଣର ଆଦିବାସୀ ଦିବସ ପାଳନ ନିମନ୍ତେ ଉଦ୍ଦେଶ୍ୟ ରହିଛି ଓ ଖୁବଶିଘ୍ର ଏହା କାର୍ଯ୍ୟକାରୀ କରାଯିବ ବୋଲି ସେ ମତବ୍ୟକ୍ତ କରିଛନ୍ତି , ଏଥିରେ ଦିବାକର ମାଝି, ସନ୍ୟାସୀ ମାଝି, ସମ୍ରାଟ ମାଝି,ଜଳଧର ମାଝି, ବନମାଳୀ ମାଝି, ବର୍ଷା ମାଝି, ରୁବି ମାଝି, ବବଲି ମାଝି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ସ୍ବତନ୍ତ୍ର ଖବର – ସୁରେନ୍ଦ୍ର ନାଏକ
13 thoughts on “ପଣ୍ଡିଗାଁ ଆଦିବାସୀ ସଂଘ ପକ୍ଷରୁ ବିଶ୍ବ ମୂଳନିବାସୀ ଦିବସ ପାଳିତ।”
Comments are closed.