
ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ମହିଳା ମହାବିଦ୍ୟାଳୟରେ ନିଶାମୁକ୍ତ ଭାରତ ଅଭିଯାନ ସଂର୍ପକିତ ଏକ ସଚେତନତା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ୍ରମେ ଏକ ସୁସ୍ଥ ସମାଜ ଗଠନରେ ଛାତ୍ରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ଏ ପରିପ୍ରେକ୍ଷୀରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ନେଇ ଅନୁଷ୍ଠାନର ଅଧ୍ୟକ୍ଷା ସ୍ମିତାଶେଫାଳି ମହାପାତ୍ର ସୂଚନା ଦେବା ସହ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ। ଏ ଅବସରରେ ନିଶାମୁକ୍ତ ଭାରତ ଗଠନ ପାଇଁ ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା ବେଳେ ସମସ୍ତ ଛାତ୍ରୀ ସମବେତ ଭାବେ ଶପଥ ନେଇଥିଲେ। ଅଧ୍ୟାପକ ଡ.ଅଜିତ କୁମାର ବସନ୍ତରାୟ ,ଅଧ୍ୟାପିକା ବିଶ୍ବଭାରତୀ ମହାରଣାଙ୍କ ସମେତ ସମସ୍ତ ଅଧ୍ୟାପିକା ଓ କର୍ମଚାରୀଗଣ ଶପଥପାଠ ଉତ୍ସବରେ ଉପସ୍ଥିତ ଥିଲେ।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ
13 thoughts on “ମହିଳା ମହାବିଦ୍ୟାଳୟରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ”
Comments are closed.