
ଖଣ୍ଡପଡା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡା ବ୍ଲକ କୁମ୍ଭାରପଡା ରାମଚନ୍ଦ୍ର ଉଚ୍ଚ ପ୍ରାଥମିକ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ଶୁକ୍ରବାର ପ୍ରଧାନଶିକ୍ଷକ ରତ୍ନାକର କହଁର ଙ୍କ ପୌରାହିତ ରେ ହର ଘର ତ୍ରିରଙ୍ଗା ମହୋତ୍ସବ ଅବସରରେ ଭିକାରୀ ସେଠୀ ସ୍ମାରକୀ ସ୍ମୃତିପରିଷଦ ପକ୍ଷ ରୁ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଯୁବ ସରପଞ୍ଚ ଚିନ୍ମୟ କୁମାର ପଣ୍ଡା,ମୁଖ୍ୟ ବକ୍ତା ରୂପେ ପରିଷଦ ର ସଭାପତି ଶିକ୍ଷକ ଖିରୋଦ କୁମାର ପଣ୍ଡା, ସମ୍ମାନିତ ଅତିଥି ରୂପେ ପରିଚାଳନା କମିଟି ର ସଭାନେତ୍ରୀ ଆରତୀ ନାୟକ, ବିଜେଡି ସଭାପତି ତଥା ପଲ୍ଲୀ କବି ପ୍ରଭାତ କୁମାର ଖୁଣ୍ଟିଆ, ଶିକ୍ଷୟିତ୍ରୀ ସରୋଜିନୀ ପଣ୍ଡା ପ୍ରମୁଖ ଯୋଗଦେଇ ଶ୍ରୀଯୁକ୍ତ ସେଠୀ ଙ୍କ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ବକ୍ତୃତା, ପ୍ରବନ୍ଧ, ଦେଶାତ୍ମକବୋଧ ସଂଗୀତ, ନୃତ୍ୟ, ତର୍କ ଆଦି ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଂଶସାପତ୍ର, ଖାତା, ପେନ, ଓ ସିଲକପ ଆଦି ପ୍ରଦାନକରାଯାଇଥିଲା। ପ୍ରତ୍ୟେକ ବର୍ଷ ସ୍ୱାଧୀନତା ଦିବସ ରେ ଏହି କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଆଗାମୀ ବର୍ଷ ଠାରୁ କ୍ଲଷ୍ଟର ସ୍ତରୀୟ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ପରିଷଦର ସଂଯୋଜକ ଶିକ୍ଷବିତ୍ ଅଜୟ କୁମାର ସେଠୀ ଙ୍କ ଠାରୁ ସୂଚନା ମିଳିଛି।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ
13 thoughts on “ଶିକ୍ଷାବିତ୍ ଭିକାରୀ ସେଠୀ ସ୍ମାରକୀ ସ୍ମୃତି ପରିଷଦ ପକ୍ଷରୁ ପୁରସ୍କାର ବିତରଣ ଉତ୍ସବ।”
Comments are closed.