
ଖଣ୍ଡପଡା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡା ବ୍ଲକ କୁମ୍ଭାରପଡା ଉଚ୍ଚ ବିଦ୍ୟାଳୟ ରେ ନିଶାମୁକ୍ତ ଭାରତ ଅଭିଯାନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।ଭାରତ ସରକାର ଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ୍ରମେ ଏକ ସୁସ୍ଥ ସମାଜ ଗଠନ ରେ ଛାତ୍ର ଛାତ୍ରୀ ଙ୍କର ଗୁରୁତ୍ୱପୂର୍ଣ ଭୂମିକା ରହିଛି। ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠାନ ର ପ୍ରଧାନଶିକ୍ଷୟିତ୍ରୀ ସସ୍ମିତା ଦଳେଇ ଙ୍କ ପୌରୋହିତ୍ୟରେ ନିଶାମୁକ୍ତ ଭାରତ ଗଠନ ପାଇଁ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଛାତ୍ର ଛାତ୍ରୀ ସମବେତଭାବେ ଶପଥ ନେଇଥିଲେ। ସ୍ଥାନୀୟ ସରପଞ୍ଚ ଚିନ୍ମୟ କୁମାର ପଣ୍ଡା, ସମିତିସଭ୍ୟ ନରେନ୍ଦ୍ରନାଥ ଦାଶ,ଆଲୁମିନିକମିଟି ର ସଭାପତି ଅଖିଳ କୁମାର ପଣ୍ଡା, ସାମାଜିକକର୍ମୀ ନାରାୟଣ ପଣ୍ଡା ଓ ଅନୁଷ୍ଠାନର ସମସ୍ତ କର୍ମଚାରୀଗଣ ଶପଥ ପାଠ ଉତ୍ସବରେ ଉପସ୍ଥିତଥିଲେ।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ
13 thoughts on “ସୁସ୍ଥ ସମାଜ ଗଠନ ରେ ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।”
Comments are closed.