
କଲମପୁର (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): କଲମପୁରସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ନିକଟ ଏବଂ ଲଖିରାମ ଫୁଏଲ ପେଟ୍ରୋଲ ପମ୍ପ ନିକଟରେ ଅବସ୍ଥିତ ଦୁଇଟି ଏଟିଏମରେ ଗତ ଏକ ସପ୍ତାହରୁ ଅଧିକ ସମୟ ଧରି ଟଙ୍କା ଅଭାବ ଦେଖାଦେଇଛି। ଏଟିଏମ ପରିଚାଳନା କରୁଥିବା ସଂସ୍ଥା ନିୟମିତ ଭାବେ ଟଙ୍କା ଜମା ନକରିବା ଯୋଗୁଁ ଗ୍ରାହକମାନେ ଟଙ୍କା ଉଠାଣ କରିବାକୁ ଅସମର୍ଥ ହୋଇ ନିରାଶ ହେଉଛନ୍ତି। ଏହି ଅଞ୍ଚଳରେ ମାତ୍ର ଦୁଇଟି ଏଟିଏମ ଥିବା ହେତୁ ସ୍ଥାନୀୟ ଲୋକଙ୍କ ନିତ୍ୟ ଆବଶ୍ୟକତା ପୂରଣ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ଚାଷୀମାନେ ରୁଆ ବେଉଷା ଋତୁରେ ମଜୁରି ଦେବା ପାଇଁ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାସହ ଆଗାମୀ ଗଣେଶ ପୂଜା ଓ ନୂଆଁଖାଇ ପର୍ବ ପାଇଁ ଆର୍ଥିକ ପ୍ରସ୍ତୁତି ନେବାରେ ଗ୍ରାହକମାନେ ହନ୍ତସନ୍ତ ହେଉଛନ୍ତି। ପରିଚାଳନା ସଂସ୍ଥାର ଏହି ଅବହେଳା ଯୋଗୁଁ ଗ୍ରାହକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସ୍ଥାନୀୟ ଲୋକେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।
ସ୍ବତନ୍ତ୍ର ଖବର – ଗଣେଶରାମ ବାଗ
13 thoughts on “କଲମପୁରର ଏସବିଆଇ ଏଟିଏମରେ ଟଙ୍କା ଅଭାବ: ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ”
Comments are closed.