
ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଶିକ୍ଷା ହେଉଛି ମନୁଷ୍ୟର ଏକ ଅବିଚ୍ଛେଦ ଅଙ୍ଗ। ଯାହା ପାଖରେ ଶିକ୍ଷା ନାହିଁ ତାହାର ସମାଜରେ ଚଳିବା ଅସମ୍ଭବ ହୋଇପଡେ। ତେବେ ଅଧାରୁ ପାଠ . ଛାଡିଥିବା, ଆଦୌ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ନ ଥିବା ଏବଂ ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ୍ୟରେ ରାଜ୍ୟ ବ୍ୟାପୀ ‘ଆସ ସ୍କୁଲ ଯିବା’ ଅଭିଯାନ ଚାଲୁ ରହିଛି । ଏ ପରିପ୍ରେକ୍ଷୀରେ ଖଣ୍ଡପଡ଼ା ବ୍ଲକ କୁମ୍ଭାରପଡା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆସ ସ୍କୁଲ ଯିବା ସଚେତନତା ପଦଯାତ୍ରା ଏବଂ ସ୍ବତନ୍ତ୍ର ଶିକ୍ଷକ ଅଭି ଅଭିଭାବକ ବୈଠକ ମଙ୍ଗଳବାର ଅନୁଷ୍ଠାନର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ଦଳେଇ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ଅଧାରୁ ପାଠ ଛାଡ଼ୁଥିବା ଏବଂ ଶିକ୍ଷାନୁଷ୍ଠାନ କୁ ଆସୁ ନ ଥିବା ପିଲାମାନଙ୍କୁ ସ୍କୁଲ ଆଣିବା ପାଇଁ ପ୍ରୟାସ କରିବା। ଏହି ପଦଯାତ୍ରା ଗ୍ରାମର ବିଭିନ୍ନ ସାହି ଓ ୱାର୍ଡ ପରିକ୍ରମା କରି ଉଭୟ ପିଲା ଅଭିଭାବକମାନଙ୍କୁ ସଚେତନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ରାଜ କିଶୋର ମଲ୍ଲିକ, ଗୋପାଳ ଚନ୍ଦ୍ର ନାୟକ, ମନୋଜ କୁମାର ନାୟକ ପ୍ରମୁଖ ପରିଚାଳ ପରିଚାଳନା କରିଥିଲେ।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ