
କଲମପୁର (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲା କଲମପୁର ଅମୋହମଣୀ ମହାବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀ ମାନଙ୍କୁ କଲେଜର ମୁଖ୍ୟଦ୍ଵାର ନିକଟରୁ ଶ୍ରେଣୀଗୃହ ପର୍ଯ୍ୟନ୍ତ ବର୍ଣ୍ଣାଢ଼୍ୟ ପରିବେଶରେ ପ୍ରେମଶିଳା ପାତ୍ର ଓ ଜୟଲକ୍ଷ୍ମୀ ହାତୀ ଫୁଲ ଚନ୍ଦନ ଦେଇ ପାଛୋଟି ନେଇଥିଲେ, ଏହି ଅବସରରେ ଏକ ସଭାର ଆହୋଜନ ହୋଇଥିଲା, ଅନୁଷ୍ଠାନର ଅଧ୍ୟକ୍ଷ ବିରଞ୍ଚି ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଅନୁଷ୍ଠାନର ସମସ୍ତ ଅଧ୍ୟାପିକା,ଅଧ୍ୟାପକ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ, ଦୁଇ ଜଣ ନୂତନ ଭାବେ ଯୋଗଦାନ କରିଥିବା ପିଜିଟି ଓ ଦୁଇ ଜଣ ଅତିଥି ଅଧ୍ୟାପିକା ମାନଙ୍କୁ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ମାଝୀ ଉତ୍ତରୀୟ ପ୍ରଦାନ କରି ସ୍ଵାଗତ କରିଥିଲେ, ଛାତ୍ରୀ ପ୍ରେମଶୀଳା ପାତ୍ର ଓ ଅର୍ଚ୍ଚନା ଧଙ୍ଗଡାମାଝିଙ୍କ ନୃତ୍ୟ ଉପସ୍ଥିତ ସମସ୍ତ ଦର୍ଶକଙ୍କ ମନ ମୋହି ଥିଲା, ଛାତ୍ରୀ ତିଲୋତ୍ତମା ବେହେରା, ସୁପ୍ରିୟା ଲୋହରା,ହେମାଙ୍ଗିନି ନାଏକ,ପ୍ରିୟଙ୍କ ମାଝୀ ଏଥିରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ, ଭୂଗୋଳ ବିଭାଗର ଅଧ୍ୟାପକ ବିଭୁତି ଭୁଷଣ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିବା ବେଳେ ଅର୍ଥନୀତି ବିଭାଗ ଅଧ୍ୟାପକ ମଳୟ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ବତନ୍ତ୍ର ଖବର – ସୁରେନ୍ଦ୍ର ନାଏକ