
ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡା ବ୍ଲକ ବଳଭଦ୍ର ପ୍ରସାଦ ପଞ୍ଚାୟତ ଅଧିନ ରବୀନ୍ଦ୍ର କୁମାର ଉଚ୍ଚ ବିଦ୍ୟାଳୟ, ଦୁଃଖାପଲ୍ଲୀରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ କୁଳମଣି ପରିଡା ଓ କ୍ରୀଡା ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ଜୁଲାଇ ‘୩୧ରେ ଅବସର ଗ୍ରହଣ କରିଥିଲେ।ଏହି ପରିପ୍ରେକ୍ଷୀରେ ସୋମବାର ବିଦ୍ୟାଳୟ ପରିସରରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଭୁତି ଭୂଷଣ ମହାପାତ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା । ଅତିଥି ରୂପେ ଧର୍ମେନ୍ଦ୍ର ନାଥ ମିଶ୍ର, ପ୍ରସନ୍ନ କୁମାର ସେନ, ଶରତ ଚନ୍ଦ୍ର ସାହୁ, ସଞ୍ଜୟ କୁମାର ଲେଙ୍କା, ଏବଂ ପଡୋଶୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ମଞ୍ଚାସିନ ଥିଲେ।ସହକାରୀ ଶିକ୍ଷକ ପ୍ରମୋଦ କୁମାର ପରିଡା ଏବଂ ପ୍ରଭାତ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ।ଏହି ଅବସରରେ ବିଦ୍ୟାଳୟ ର ଛାତ୍ରୀଛାତ୍ର ଓ ଅତିଥିମାନଙ୍କ ତରଫରୁ ବିଦାୟୀ ଶିକ୍ଷକ ଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ