
ଧର୍ମଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲାକୁ ୨ ଦିନିଆ ଗସ୍ତରେ ଆସି ଆଜି ଧର୍ମଗଡ଼ ରେ ଏକ ବିଶାଳ କର୍ମୀ ସମାବେଶ ଓ ମିଶ୍ରଣ ସଭାରେ ଯୋଗଦେଲେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ । ଧର୍ମଗଡ ଠାରେ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏକ ବିଶାଳ ବାଇକ୍ ଶୋଭାଯାତ୍ରା ମାଧ୍ୟମରେ ସେ ସହର ପରିକ୍ରମା କରିବା ସହ ମା ଭଣ୍ଡାର ଘରଣୀ ଦେବୀଙ୍କ ପୀଠକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଏହାପରେ ସେ ହୋଟେଲ ରାଜ ଠାରେ ଜିଲ୍ଲା ଭାଜପା ପକ୍ଷରୁ ଅନୁଷ୍ଠିତ ସମ୍ବର୍ଦ୍ଧନା ଓ ମିଶ୍ରଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ସାମଲଙ୍କ ସମେତ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ପୂର୍ବତନ ମନ୍ତ୍ରୀ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ହିମାଂଶୁ ଶେଖର ମେହେର, ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ପୂର୍ବତନ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି,ଧର୍ମଗଡ ନଗରପାଳ ଅଶୋକ କୁମାର ମହାନ୍ତି, ଧନଞ୍ଜୟ ପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଓ ଏହା ଦ୍ବାରା ସାଧାରଣ ଲୋକ କିପରି ଉପକୃତ ହେଉଛନ୍ତି ସେ ଉପରେ ରାଜ୍ୟ ସଭାପତି ସାମଲ ଉଦ୍ବୋଧନ ଦେଇଥିଲେ। କେନ୍ଦ୍ରର ମୋଦି ସରକାର ଓ ରାଜ୍ୟର ମୋହନ ସରକାରଙ୍କ ଜନହିତକର ଯୋଜନା ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ସଙ୍ଗଠନକୁ ମଜଭୁତ କରିବା ପାଇଁ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ। ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇ ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷା ,ଉପାଧ୍ୟକ୍ଷା ସହ ସମିତି ଓ ସରପଞ୍ଚ ସମେତ ଶତାଧିକ କର୍ମୀ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।ଏହି ଅବସରରେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସମସ୍ୟାକୁ ନେଇ ଏକ ସ୍ମାରକ ପତ୍ର ରାଜ୍ୟ ସଭାପତି ଙ୍କୁ ପ୍ରଦାନ କରାଯାଇଥିଲା।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ