
ଧର୍ମଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): ବିହାରର ଦରଭଙ୍ଗାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଦଳର ଏକ ବିବାଦୀୟ ବକ୍ତବ୍ୟକୁ ବିରୋଧ କରି ଧର୍ମଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେପି କର୍ମୀମାନେ ତୀବ୍ର ପ୍ରତିବାଦ କରିଛନ୍ତି। ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଧର୍ମଗଡ଼ ସହରରେ ଏକ ବିରୋଧ ପ୍ରଦର୍ଶନ ପରିକ୍ରମା କରି ଚରିଛକ ଠାରେ ରାହୁଲ ଗାନ୍ଧୀ ଓ କଂଗ୍ରେସ ସଭାପତି ମଲ୍ଲୀକାର୍ଜୁନ ଖଡ଼ଗେଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି। ଏହି ପ୍ରତିବାଦରେ ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷୀ, ନଗରପାଳ ଅଶୋକ କୁମାର ମହାନ୍ତି, ବରିଷ୍ଠ ନେତା ଧନଞ୍ଜୟ ପାତ୍ର, ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ଅପ୍ରେସ ସ୍ୱାଇଁ, ଜଗବନ୍ଧୁ ମିଶ୍ର, ଆଚାର୍ଯ୍ୟ ହୃଷୀକେଶ ମିଶ୍ର, ସରପଞ୍ଚ ବିଭୁଦତ୍ତ ପ୍ରଧାନୀ, ମଣ୍ଡଳ ସଭାପତି ଚତୁର୍ଭୁଜ ତାଣ୍ଡି, ନଗର ସଭାପତି ସୌରଭ ମିତ୍ତଲ, ହେମନ୍ତ କୁମାର ମାଝୀ ଏବଂ ନାରୀ ନେତ୍ରୀ ମମତା କାଶ୍ୟପ ପ୍ରମୁଖ ଯୋଗ ଦେଇଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ