
ଧର୍ମଗଡ଼ ( ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କେନ୍ଦ୍ରୀୟ ବିଦ୍ୟାଳୟ, ଧର୍ମଗଡ଼ର ଛାତ୍ରୀ ସାନଭି ପ୍ରଜ୍ଞା ରାଉତ ଯାଦବ (ମାହି) ଅଲ୍ ଓଡ଼ିଶା କେନ୍ଦ୍ରୀୟ ବିଦ୍ୟାଳୟ, ଭୁବନେଶ୍ବର ଟିମ୍ରେ ମନୋନୀତ ହୋଇଛନ୍ତି। ଏହି ସଫଳତା ଅଞ୍ଚଳବାସୀଙ୍କ ମଧ୍ୟରେ ଗର୍ବ ଓ ଗୌରବର ବାତାବରଣ ସୃଷ୍ଟି କରିଛି। ଆସନ୍ତା ୭ରୁ ୧୧ ଅକ୍ଟୋବର ୨୦୨୫ ମସିହା ପର୍ଯ୍ୟନ୍ତ ଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ କ୍ରୀଡ଼ା ସମ୍ମିଳନୀରେ ସାନଭି ୧୭ ବର୍ଷରୁ କମ୍ ବୟସ ବାଳିକା କ୍ରିକେଟ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଏହା ପୂର୍ବରୁ ସେ କଳାହାଣ୍ଡି ଜିଲ୍ଲା ଟିମ୍ରେ ସାମିଲ ହୋଇ ରାଜ୍ୟ ସ୍ତରୀୟ ମହିଳା କ୍ରିକେଟ୍ କଟ୍ ପ୍ରତିଯୋଗିତାରେ ନିଜର ପ୍ରତିଭା ପ୍ରଦର୍ଶନ କରି ସଫଳତା ହାସଲ କରିଛନ୍ତି। କୋକସରା ବ୍ଲକ୍ର ଖପରାମାଲ ଗ୍ରାମର ଶିକ୍ଷକ ମୋହିତ କୁମାର ରାଉତ ଓ ରଶ୍ମିରେଖା ରାଉତଙ୍କ ଝିଅ ସାନଭିଙ୍କ ଏହି ସଫଳତା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏହି ସଫଳତା କେବଳ ସାନଭିଙ୍କ ପାଇଁ ନୁହେଁ, ବରଂ ଧର୍ମଗଡ଼ ଓ କଳାହାଣ୍ଡି ଜିଲ୍ଲା ପାଇଁ ମଧ୍ୟ ଏକ ଗୌରବମୟ ମୁହୂର୍ତ୍ତ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ