
ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ବ୍ଲକ୍ ଅଧିନ ଖଳିସାହି ଠାରୁ ଆଡ଼କଟା ଛକକୁ ସଂଯୋଗ କରୁଥିବା ମୁଖ୍ଯ ରାସ୍ତା ପାର୍ଶ୍ବସ୍ଥିତ ଅଁଳାପଟା ଓ ରାମଚନ୍ଦ୍ରପୁର ଗ୍ରାମବାସୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଦିର୍ଘବର୍ଷ ତଳେ ୨ଟି ଯାତ୍ରୀ ବିଶ୍ରାମାଗାର ନିର୍ମାଣ କରାଯାଇଥିଲା। ମାତ୍ର ସମୟାନୁକ୍ରମେ ପ୍ରଶାସନ ଓ ସ୍ଥାନୀୟ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଆନ୍ତରିକତା ଅଭାବରୁ ଯାତ୍ରୀ ବିଶ୍ରାମାଗାର ୨ ଟି ଏବେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି। ଫଳରେ ଗୋରୁଗାଈ ଓ ବୁଲା କୁକୁରଙ୍କ ଆଶ୍ରୟସ୍ଥଳୀ ପାଲଟିଥିବା ଏହି ବିଶ୍ରାମଗାର ୨ ଟି ର ଚତୁଃପାର୍ଶ୍ଵ ଅନାବନା ଘାସ ଓ ଗଛଲତାରେ ପରିପୂର୍ଣ୍ଣ ହୋଇଥିବାରୁ ବିଭିନ୍ନ ପ୍ରଜାତିର ବିଷଧର ସରୀସୃପ ସେଠାରେ ବାସ କରୁଥିବା ଗ୍ରାମବାସୀଙ୍କ ସୁତ୍ରରୁ ଜଣାପଡିଛି।ଦିର୍ଘ ଦିନ ଧରି ଯାତ୍ରୀମାନେ ସେଠାକୁ ଯିବାକୁ ଅନିଚ୍ଛା ପ୍ରକାଶ କରୁଥିବା ଜଣାପଡିଛି। ପ୍ରଶାସନ ଓ ପୂର୍ତ୍ତବିଭାଗ ଉଚ୍ଚ କର୍ତ୍ତୃପକ୍ଷ ସେଥିପ୍ରତି ଦୃଷ୍ଟିଦେଇ ଯାତ୍ରୀ ବିଶ୍ରାମାଗାର ୨ ଟି ର ପୁନରୁଦ୍ଧାର କାର୍ଯ୍ଯ କଲେ ଗ୍ରାମବାସୀ ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ଆଲୋଚନା ହେଉଛି। ସେହିପରି ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଯାତ୍ରୀ ବିଶ୍ରାମାଗାରରେ ଶୌଚାଳୟ ,ପାନୀୟଜଳ ଓ ରାତ୍ରକାଳରେ ଉଜ୍ଜ୍ଵଳ ଆଲୋକୀକରଣର ବ୍ୟବସ୍ଥା କରିବା ନିମନ୍ତେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।ସର୍ବସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ଯାତ୍ରୀ ବିଶ୍ରାମାଗାର ଦୁଇଟିର ଭିତ୍ତିଭୂମି ବିକାଶ ନିମନ୍ତେ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ