
ଧର୍ମଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବେହେରାସ୍ଥିତ ଜି.ଏମ୍. ପବ୍ଲିକ ସ୍କୁଲରେ ଗୁରୁ ଦିବସ ଉତ୍ସାହର ସହ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ସଜୀବ ଅପୁ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ସର୍ବପ୍ରଥମେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫୋଟୋଚିତ୍ରରେ ଅଧ୍ୟକ୍ଷ ସହ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ପୁଷ୍ପମାଲ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରିଥିଲେ। ଏହାପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଡକ୍ଟର ରାଧାକ୍ରିଷ୍ଣନଙ୍କ ଫୋଟୋଚିତ୍ରରେ ପୁଷ୍ପ ଅର୍ପଣ କରିବା ସହ ଉପସ୍ଥିତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଫୁଲ, ଚନ୍ଦନ ଦେଇ ପାଦ ଛୁଇଁ ପ୍ରଣାମ କରି ଆଶୀର୍ବାଦ ଗ୍ରହଣ କରିଥିଲେ। ଛାତ୍ରଛାତ୍ରୀମାନେ ଶିକ୍ଷକମାନଙ୍କୁ ଉପହାର ପ୍ରଦାନ କରି ସମ୍ମାନ ଜଣାଇଥିଲେ। ଏହି ଅବସରରେ ଅଧ୍ୟକ୍ଷ ସଜୀବ ଅପୁ ଓ ଶିକ୍ଷକମାନେ ଗୁରୁ ଦିବସର ଉଦ୍ଦେଶ୍ୟ ଓ ଗୁରୁଙ୍କ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନୀ ଓ ତାଙ୍କର ଶିକ୍ଷାକ୍ଷେତ୍ରରେ ଅବଦାନ ଉପରେ ଆଲୋଚନା କରାଯାଇଥିଲା। ଛାତ୍ରଛାତ୍ରୀମାନେ ଗୁରୁଙ୍କୁ ସମ୍ମାନ ଦେଇ ତାଙ୍କ ଆଶୀର୍ବାଦ ଦ୍ୱାରା ଭବିଷ୍ୟତରେ ଉତ୍ତମ ନାଗରିକ ହେବା ପାଇଁ ପ୍ରେରଣା ଲାଭ କରିଥିଲେ। କାର୍ଯ୍ୟକ୍ରମଟି ଶିକ୍ଷକ ରୁପେନ୍ଦ୍ର ସୁନାନୀଙ୍କ ଦ୍ୱାରା ସଂଯୋଜିତ ହୋଇଥିବା ବେଳେ ବିଦ୍ୟାଳୟର ଉପାଧ୍ୟକ୍ଷ ଇନ୍ଦ୍ରଜିତ ନାଏକ, ଶିକ୍ଷକ ତୁଲାରାମ ଗୋପାଲ, ବିପିନ ଘଉଡ଼, ମଙ୍ଗଲୁ ପୂଝାରୀ, ପ୍ରମୋଦ ଖମାରୀ, ଦେବାଶିଷ ଚୌଧୁରୀ, ଶିକ୍ଷୟିତ୍ରୀ ରିନା ମେହେର, ଅଞ୍ଜଳି ନାଗ, ପାର୍ବତୀ ପୋଟା, ମୋନିକା ମେହେର, ମୁନା ଗୋପାଲ ଓ କୁସୁମା ପାଣିଗ୍ରାହୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ